ଦିନକୁ ଦିନ କଟକ ସହରରେ ବଢିଚାଲିଛି ଜନଗହଳି l ପୁରୁଣା ସହର ହୋଇଥିବା ହେତୁ ଏହି ଭିଡ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି l ଏହି ସଂକ୍ରାନ୍ତରେ ଓଏମଏପି ଠାରୁ କନ୍ଦରପୁର ପର୍ଯ୍ୟନ୍ତ ହେବ ଏଲିଭେଟେଡ୍ କରିଡର୍ l ଯାହାଦ୍ୱାରା ବହୁଳ ମାତ୍ରାରେ ଟ୍ରାଫିକ୍ ସମସ୍ୟା ଦୂର ହେବା ସହିତ ଦୂର୍ଘଟଣା ମଧ୍ଯ ରୋକାଯାଇପାରିବ l ତେବେ ଏହାକୁ ନେଇ ସୂଚନା ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ l ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା ହୋଇଛି l ଖୁବଶୀଘ୍ର ମଞ୍ଜୁରୀ ମିଳିବ କହିଲେ କଟକ ସାଂସଦ l ଡିପିଆର୍ ପ୍ରସ୍ତୁତ ସରିଛି, ଆସନ୍ତା ୩ ମାସରେ କାମ ଆରମ୍ଭ ହେବ ଓ ଏଥିପାଇଁ ୬୪୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା କଟକ ସାଂସଦ l ସୂଚନାଯୋଗ୍ୟ ଯେ ଭିଡ଼କୁ ଦୃଷ୍ଟିରେ ରଖି ଏଲିଭେଟେଡ୍ କରିଡର ପାଇଁ ନିଷ୍ପତ୍ତି ହୋଇଛି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |