ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ପ୍ରଦାନ କରିବା ପାଇଁ ଆଜି ଓଡିଶା କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଚାଲିଛି l କଂଗ୍ରେସ ସମେତ ୮ଟି ରାଜନୀତିକ ଦଳ ଓ ବିଭିନ୍ନ ସଂଗଠନ ସମର୍ଥନ କରୁଛନ୍ତି l ବନ୍ଦକୁ ବିଜେଡି ନୈତିକ ସମର୍ଥନ ଦେବାକୁ ବିଳମ୍ବିତ ରାତ୍ରିରେ ଘୋଷଣା କରିଥିବା ବେଳେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳନ ହେଉଛି ତାଲାବନ୍ଦ l ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ରାଜ୍ୟରେ ଉଭୟ ସରକାରୀ-ବେସରକାରୀ ପରିବହନ ସେବା, ଟ୍ରେନସେବା, ସରକାରୀ ବେସରକାରୀ ଅଫିସ୍ , ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଆଦିକୁ ଠପ୍ କରିଦିଆଯିବ ବୋଲି କଂଗ୍ରେସ ପକ୍ଷରୁ ପୂର୍ବରୁ ସୂଚନା ମିଳିଥିଲା l ପେଟ୍ରୋଲ ପମ୍ପଗୁଡ଼ିକ ବନ୍ଦ ରହିବ ବୋଲି ଏହାର ସଂଘ ଘୋଷଣା କରିସାରିଛି l ଏହି ସମୟରେ ରାଜ୍ଯରେ ସରକାରୀ ଓ ବେସରକାରୀ ସ୍କୁଲ,କଲେଜ ଓ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଥିବା ବେଳେ କୋର୍ଟ, ବ୍ୟାଙ୍କ, ବୀମା ଓ ରାଷ୍ଟ୍ରାୟତ ଉଦ୍ୟୋଗ ମଧ୍ୟ ବନ୍ଦ ବୋଲି ଜଣାପଡ଼ିଛି । ତେବେ ଏହି ବନ୍ଦରୁ ଅତ୍ୟାବଶ୍ୟକ ସେବା ଯଥା- ଆମ୍ବୁଲାନ୍ସ, ହସ୍ପିଟାଲ, ଔଷଧ ଦୋକାନ ଓ ଅଗ୍ନିଶମ ସେବା ବାଦ୍ ରହିବ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |