Explore

Search

February 28, 2026 11:54 pm

ଓଡିଆ ସିନେମା ପାଇଁ ଖୁସି ଖବର । କାନ୍ସ ୱାର୍ଲଡ ଫିଲ୍ମ ଫେଷ୍ଟିଭାଲ ରେ ସ୍ଥାନ ପାଇଛି ଓଡ଼ିଆ ଫିଲ୍ମ ‘ଡେଲିଭରୀ ବୟ’

Delivery Boy

ଓଡ଼ିଆ ସିନେମା ପାଇଁ ଖୁସି ଖବର । କାନ୍ସ ୱାର୍ଲଡ ଫିଲ୍ମ ଫେଷ୍ଟିଭାଲ-୨୦୨୪ରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି ଓଡ଼ିଆ ଫିଲ୍ମ ‘ଡେଲିଭରୀ ବୟ’ । ସର୍ବଭାରତୀୟ ସ୍ତରରେ ଶହେ ସିନେମା ମନୋନୀତ ହୋଇଥିବା ବେଳେ ଏକମାତ୍ର ଓଡ଼ିଆ ସିନେମା ଭାବେ ‘ଡେଲିଭରୀ ବୟ’ ସ୍ଥାନ ପାଇଛି । ଆସନ୍ତା ଅଗଷ୍ଟ ମାସରେ ଏହା ସ୍କ୍ରିନିଂ ହେବ । ଏନେଇ ପୁରା ୟୁନିଟ୍ ଖୁସି ବ୍ୟକ୍ତ କରିଥିବା ବେଳେ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି । ସିନେମାର ନିର୍ଦ୍ଦେଶକ ତଥା ଅଭିନେତା ଅଶ୍ୱିନୀ ତ୍ରିପାଠୀ କହିଛନ୍ତି ଓଡ଼ିଶା ଦର୍ଶକଙ୍କ ଭଲପାଇବା ଏବଂ ଆଶୀର୍ବାଦ ପାଇଁ ଏହି ସୁଯୋଗ ମିଳିଛି । ମନ ଓ ଜ୍ୱିଗାଟୋ ପରେ ଡେଲିଭରୀ ବୟ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ଼ କରିଛନ୍ତି । ଅଶ୍ୱିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶନା ଓ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜନାରେ ଏହି ଓଡ଼ିଆ ଫିଲ୍ମ ‘ଡେଲିଭରୀ ବୟ’ ନିର୍ମାଣ ହୋଇଛି ।

 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଏହି ‘ଡେଭିଭରି ବୟ’ ଫିଲ୍ମ ଉପରୁ ପ୍ରମୋଦ କର ଛାଡ଼ ପ୍ରସ୍ତାବକୁ ଅନୁମୋଦନ କରି କହିଛନ୍ତି ଯେ, ଓଡ଼ିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟିକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି । ଫିଲ୍ମରେ ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର, ସୂର୍ଯ୍ୟମୟୀ, ପ୍ରିୟମ୍ବଦାଙ୍କ ସହ ଶକ୍ତି ବରାଳ, ଜୀବନ ପଣ୍ଡା, ଇଲୁ ବାନାର୍ଜି, ସରୋଜ ଦାଶ, ଗୁଡ୍ଡୁ ଓ ପୁପୁଲ ପ୍ରମୁଖ ଭୁମିକାରେ ଅଭିନୟ କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score