Explore

Search

March 1, 2026 1:30 pm

ଓଡ଼ିଶାର ଛଅଗୋଟି ରେଳଷ୍ଟେସନର ହେବ ପୁନରୁଦ୍ଧାର କାର୍ଯ୍ୟ

ଆଗାମୀ ଦିନରେ ଓଡ଼ିଶାର ଥିବା ରେଳଷ୍ଟେସନ ଗୁଡିକୁ ପ୍ରମୁଖ ଭିତ୍ତିଭୂମି ଭିତ୍ତିରେ ଭାରତୀୟ ରେଳବାଇ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଅନୁଗୁଳ, ତାଲଚର, ତାଲଚର ରୋଡ, ମେରାମଣ୍ଡଲୀ, ଢେଙ୍କାନାଳ ଏବଂ ରେଢ଼ାଖୋଲ ଷ୍ଟେସନକୁ ନବୀକରଣ କରାଯିବ। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ବିଶ୍ୱସ୍ତରୀୟ ସୁବିଧା, ଏକ ଉତ୍ତମ ଯାତ୍ରୀ ଅଭିଜ୍ଞତା ଏବଂ ଉନ୍ନତ ସଂଯୋଗକୁ ପ୍ରତିଷ୍ଠା କରିବା ସହ ଆଧୁନିକ ଷ୍ଟେସନ୍ ବିଲ୍ଡିଂ, ବ୍ୟାପକ ଫୁଟ୍ ଓଭରବ୍ରିଜ୍, ଲିଫ୍ଟ, ଡିଜିଟାଲ୍ ସାଇନେଜ୍, ଏବଂ ବର୍ଦ୍ଧିତ ଆଶ୍ରୟସ୍ଥଳ ଅନ୍ତର୍ଭୁକ୍ତ କରିବା l ପର୍ଯ୍ୟାୟକ୍ରମେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହି ଷ୍ଟେସନଗୁଡିକ ଆଧୁନିକ ପରିବହନ ହବ୍ ଭାବରେ ଉଭା ହେବାକୁ ଯାଉଛି, ଯାହାକି ଓଡ଼ିଶା ତଥା ବାହାରେ ଯାତ୍ରୀମାନଙ୍କ ପାଇଁ ଭବିଷ୍ୟତରେ ଅନେକ ପ୍ରକାରର ଗମନାଗମନ ସୁବିଧା ପ୍ରଦାନ କରିବ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score