Explore

Search

January 14, 2026 10:26 pm

ଓଡ଼ିଶାରେ ଶୀତଳ ଭଣ୍ଡାର ପାଇଁ ଆସିବ ନୂତନ ନୀତି: ଉପମୁଖ୍ୟମନ୍ତ୍ରୀ

Odia breaking News

ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ ଚାଲିଛି ଉତ୍କର୍ଷ ଓଡ଼ିଶାର ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ l ଏହାର ଶୁଭ ଉଦଘାଟନ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କରିଛନ୍ତି l ଏହି ଅବସରରେ “ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ କୃଷି କ୍ଷେତ୍ରରେ ବିପ୍ଳବ ଆଣିବାକୁ ବେଶ ସକ୍ଷମ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସରକାରଙ୍କ ଦ୍ଵାରା ଚାଷୀ ବା ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ଶୀତଳ ଭଣ୍ଡାର ପାଇଁ ରାଜ୍ୟ ସରକାରଙ୍କ ନୂଆ ପଲିସି ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ l ଏହି ସମୟ ହିଁ ଉପଯୁକ୍ତ ସମୟ ଓଡିଶାରେ ନିବେଶ କରିବା ପାଇଁ । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଚାଷୀ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ସ୍ମାର୍ଟ ଫାର୍ମିଂ ଏବଂ ଡିଜିଟାଲ ମାର୍କେଟିଂ ଦିଗରେ ମୋହନ ସରକାର କାର୍ଯ୍ୟ ମଧ୍ୟ କରୁଛନ୍ତି । ଜୈବିକ ପ୍ରଣାଳୀରେ ଚାଷ ଆମ ସରକାରଙ୍କ ଫୋକସ। ଓଡ଼ିଶାର କୃଷି ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପରେ ପୁଞ୍ଜି ନିବେଶ କରିବାକୁ ଶିଳ୍ପପତିଙ୍କୁ ଆହ୍ବାନ କରିଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score