Explore

Search

December 30, 2025 3:21 am

ଏବେ ଆପେ ଲଗଆଉଟ ହୋଇଯିବ ହ୍ବାଟ୍ସଆପ

ଭୁବନେଶ୍ୱର: ଏବେ ଆପେ ଲଗଆଉଟ ହୋଇଯିବ ହ୍ବାଟ୍ସଆପ ଆପ । ୬ ଘଣ୍ଟାରୁ ଅଧିକ ସମୟ ନିଜ ସିଷ୍ଟମରେ ଲଗଇନ ଥିଲେ ଆପେ ଲଗଆଉଟ ହୋଇଯିବ ହ୍ବାଟ୍ସଆପ ଆପ । ସବୁଠୁ ଅଧିକ ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ ଆପ । ଯାହା ପ୍ରତ୍ୟେକ ଫୋନରେ ରହିଛି । ସମସ୍ତଙ୍କ ପସନ୍ଦ ହ୍ବାଟ୍ସଆପ । ଯେକୌଣସି କଥା ହେଉ କି ଭାବନା ଆଦାନପ୍ରଦାନ ହେଉ ସବୁଥିରେ ବ୍ୟବହାର ହୁଏ ହ୍ବାଟ୍ସଆପ । ହେଲେ ଏବେ ଏହି ହ୍ବାଟ୍ସଆପ ଡେସ୍କଟପରେ ସ୍ଥାୟୀ ଭାବରେ ଲଗ ଇନ ରଖିବାର ସମୟ ଶେଷ ହେବାକୁ ଯାଉଛି । କାରଣ ଭାରତ ସରକାରଙ୍କ ଦୂର ସଞ୍ଚାର ବିଭାଗ ଏକ ନୂଆ ନିୟମ ଆଣିଛି । ନୂତନ ସାଇବର ସୁରକ୍ଷା ନିୟମ ଅନୁଯାୟୀ ଏଣିକି ଆପଣ ୨୪ ଘଣ୍ଟା ନିଜ ଡେସ୍କଟପରେ ହ୍ବାଟ୍ସଆପ ଓ ଅନ୍ୟ କିଛି ଆପକୁ ଖୋଲିକି ରଖିପାରିବେ ନାହିଁ । ୬ ଘଣ୍ଟା ପୂରିବା ପରେ ଏହା ଆପେ ଆପେ ଲଗ ଆଉଟ ହୋଇଯିବ ।

କେବଳ ହ୍ବାଟ୍ସଆପ ଆପ ନୁହେଁ, ଟେଲିଗ୍ରାମ ସମେତ ଅନେକ ମେସେଜିଂ ପ୍ଲାଟଫର୍ମ ଗୁଡ଼ିକୁ ପ୍ରତି ୬ଘଣ୍ଟାରେ ସ୍ବୟଂଚାଳିତ ଭାବରେ ଡେସ୍କଟପ ଏବଂ ୱେବ ସେସନରୁ ଆପେ ଆପେ ବନ୍ଦ ହୋଇଯିବ । ସେହିପରି ଏବେ ହ୍ବାଟ୍ସଆପ ଆକାଉଣ୍ଟ ଖୋଲିବା ପାଇଁ ବ୍ୟବହୃତ ସିମ କାର୍ଡ ସହିତ କାମ କରିବ । ଯଦି ସିମ କାର୍ଡ ଫୋନରେ ନାହିଁ କିମ୍ବା ବନ୍ଦ ଅଛି, ତେବେ ଆପ ଲଗଆଉଟ ହୋଇଯିବ ।

ଭାରତ ସରକାର ଆଣିଥିବା ଏହି ନୂଆ ନିୟମ ଦୈନନ୍ଦିନ ବ୍ୟବହାରୀଙ୍କୁ ବାଧା ଦେବ । ଏହି ନିୟମ ସାଇବର ଠକେଇ ଏବଂ ମେସେଜିଂ ଆପର ଅପବ୍ୟବହାରକୁ ରୋକିବା ପାଇଁ ବଡ ସହାୟକ ହେବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score