Explore

Search

January 15, 2026 4:23 am

ଆସୁଛି ଜନ୍ମାଷ୍ଟମୀ: ଏହି ଦିନରେ ଶ୍ରୀ ମନ୍ଦିରରେ କିପରି ରହିଥାଏ ନୀତିକାନ୍ତି ଆସନ୍ତୁ ଜାଣିବା ?

Krishna Janmashtami

ଆଗକୁ ଆସୁଛି ପବିତ୍ର ଜନ୍ମାଷ୍ଟମୀ ସାରା ବିଶ୍ବର ହିନ୍ଦୁ ସମ୍ପ୍ରଦାୟ ଏହି ଦିନକୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ରୂପେ ପାଳନ କରିଥାନ୍ତି କୃଷ୍ଣ ଉପାସନା, ଆରାଧନା ଓ ଆନନ୍ଦର ଏହି ଦିନରେ ଉତ୍ସବ ମୁଖର ହୋଇ ଉଠିଥାଏ ସମଗ୍ର ପୁରପଲ୍ଲୀ ଏହି ଅବସରରେ ସବୁଠି ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ। ସାରା ଭାରତ ନୁହେଁ ବରଂ ସାରା ବିଶ୍ୱରେ ବେଶ ଧୁମଧାମରେ ପାଳିତ ହୋଇଥାଏ ଏହି ପର୍ବ।

ତେବେ ଆମ ଜଗନ୍ନାଥ ସଂସ୍କୃତିରେ ମଧ୍ୟ ଏହି ଦିନର ଖୁବ ମାହାତ୍ମ୍ୟ ରହିଛି , ତେବେ ଆସନ୍ତୁ ଜାଣିବା ଏହିଦିନ କିପରି ରହିଥାଏ ଶ୍ରୀ ମନ୍ଦିରର ନୀତିକାନ୍ତି।

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ ପବିତ୍ର ଜନ୍ମାଷ୍ଟମୀ ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସଂନ୍ଧ୍ଯା ଆଳତି ସମୟରେ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥାଏ। ଖବର ଅନୁଯାୟୀ, ସଂନ୍ଧ୍ଯା ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଟେରା ବନ୍ଧା ହେବା ପରେ ମହାପ୍ରଭୁଙ୍କ ନିକଟରେ ଯେଉଡ ଭୋଗ ଅର୍ଥାତ ସାଗ, ତରକାରୀ, ପିଠା,ଝିଲି, ଖିରି ଆଦି ରୋଷଘରୁ ଆସି ଅଣସର ପିଣ୍ଡିରେ ରଖାଯାଏ। ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥାନ୍ତି। ଏହାପରେ ତିନି ପୂଜାପଣ୍ଡା ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନିବାଡରେ ବନ୍ଦାପନା କରିଥାନ୍ତି ଏହାକୁ ଗର୍ଭଉଦକ ବନ୍ଦାପନା ବୋଲି କୁହାଯାଇଥାଏ।ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ଦେବକୀ ରୂପ ଧାରଣକରି ଗର୍ଭଧାରଣ କରିଥିବାରୁ ସୁଖ ପ୍ରସବ ଲାଗି ତାଙ୍କୁ ଜେଉଡ ପ୍ରସାଦ ଲାଗି କରାଯାଇଥାଏ। ଏହି ନୀତିକାନ୍ତିରେ ସେବାୟତମାନଙ୍କ ଅନେକ ଭୂମିକା ରହିଥାଏ । ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ଠାରୁ କଂସ ବଦ୍ଧ ପର୍ଯ୍ୟନ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score