ଭୁବନେଶ୍ୱର : ଓଡ଼ିଆ ଭାଷା ଓ ସଂସ୍କୃତିର ଗୌରବକୁ ଉଜାଗର କରିବା ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ‘ଓଡ଼ିଆ ପକ୍ଷ’ । ଏହା ୧୪ ଏପ୍ରିଲ ପର୍ଯ୍ୟନ୍ତ ସାରା ରାଜ୍ୟରେ ଉତ୍ସାହର ସହ ପାଳିତ ହେବ । ସଂସ୍କୃତି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଏନେଇ ସୂଚନା ଦେଇଛନ୍ତି।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଏପ୍ରିଲ ୧ ତାରିଖରେ ‘ଉତ୍କଳ ଦିବସ’ ପାଳନ ହେବ। ଏହାପରେ ଏପ୍ରିଲ ୨ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନବପ୍ରବେଶୀ ଶିଶୁମାନଙ୍କ ପାଇଁ ‘ଖଡ଼ିଛୁଆଁ ଦିବସ’ ଆୟୋଜିତ ହେବ। ଏପ୍ରିଲ ୩ରେ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ‘ଆମ ପୋଷାକ ଆମ ପରିଚୟ’ ଶୀର୍ଷକରେ ପାରମ୍ପରିକ ପୋଷାକ ପରିଧାନକୁ ପ୍ରୋତ୍ସାହନ ଦେବ।
ଏପ୍ରିଲ ୪ରେ ‘ଓଡ଼ିଆରେ ନାମଫଳକ ଲେଖା’ ଅଭିଯାନ ଅନୁଷ୍ଠିତ ହେବ, ଯାହା ପାଇଁ ପଦଯାତ୍ରାର ବ୍ୟବସ୍ଥା ହେବ। ଏପ୍ରିଲ ୫ରେ ଐତିହ୍ୟସ୍ଥଳୀ ସୁରକ୍ଷା ଓ ସଚେତନତା ପାଇଁ ‘ଐତିହ୍ୟ ଗଣଦୌଡ଼’ ଆୟୋଜନ କରାଯିବ, ତଥା ୬ରେ ‘ସ୍ବଚ୍ଛତା ଅଭିଯାନ’ ହେବ।
ଏପ୍ରିଲ ୭ରେ ‘ଶିଶୁକଥା ଦିବସ’ ପାଳନ କରାଯିବ । ଏପ୍ରିଲ ୮ରେ ‘ରକ୍ତଦାନ ଅଭିଯାନ’ ଆୟୋଜନ ହେବ। ଏପ୍ରିଲ ୯ରେ ‘ଆସ ବହିଟିଏ କିଣିବା’ ଅଭିଯାନ ମାଧ୍ୟମରେ ପାଠପ୍ରତି ରୁଚି ବୃଦ୍ଧି କରାଯିବ ଏବଂ ୧୦ରେ ‘ଲୋକକଳା ପାଇଁ ଦିନଟିଏ’ ପାଳିତ ହେବ।
ଏହାସହିତ, ଏପ୍ରିଲ ୧୧ରେ ‘ଅମୃତପିଢ଼ି ସମାରୋହ’ ଏବଂ ୧୨ରେ ‘ବନ୍ଦନୀୟ ବରପୁତ୍ର’ କାର୍ଯ୍ୟକ୍ରମ ହେବ। ଏପ୍ରିଲ ୧୩ରେ ‘ଆମ ରୁଚି ଆମ ଖାଦ୍ୟ’ ଦିବସ ପାଳନ ହୋଇ ପାରମ୍ପରିକ ଓ ସ୍ଥାନୀୟ ଖାଦ୍ୟ ସଂସ୍କୃତିକୁ ପ୍ରଚାର କରାଯିବ।
ଏହି ଉତ୍ସବର ଶେଷ ଦିନ, ଅର୍ଥାତ୍ ୧୪ ଏପ୍ରିଲରେ ସାରା ଓଡ଼ିଶାରେ ଧୁମଧାମରେ ‘ଓଡ଼ିଆ ନବବର୍ଷ’ ପାଳନ କରାଯିବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
