ଭୁବନେଶ୍ୱର : ଆଜି ରାତିରେ ସମଗ୍ର ବିଶ୍ୱ ଏକ ବିଶେଷ ଉଦ୍ୟମରେ ସାମିଲ ହେବ। ରାତି ୮ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଘଣ୍ଟାକ ପାଇଁ ଅନାବଶ୍ୟକ ଆଲୋକ ବନ୍ଦ ରଖି ପରିବେଶ ସୁରକ୍ଷାର ଏକ ଶକ୍ତିଶାଳୀ ବାର୍ତ୍ତା ଦିଆଯିବ। ‘ଆର୍ଥ ଆୱାର’ ଅବସରରେ ପୃଥିବୀ ପାଇଁ ଏହି ସାମୁହିକ ପ୍ରୟାସ ଚଳିତ ବର୍ଷ ଏକ ମାଇଲଷ୍ଟୋନ ସ୍ପର୍ଶ କରିଛି।
ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟରତ ବିଶ୍ୱପ୍ରସିଦ୍ଧ ସଂଗଠନ WWF ଏହି ଅଭିଯାନକୁ ଦୁଇ ଦଶକ ଧରି ଆୟୋଜନ କରିଆସୁଛି। ଏହି ବର୍ଷ ଏହାର ୨୦ ବର୍ଷ ପୂର୍ତ୍ତି ଅବସରରେ ‘ଗିଭଆନ ଆୱାର ଫର ଆର୍ଥ’ ଥିମରେ ସଚେତନତା ବଢ଼ାଇବାକୁ ଅନେକ କାର୍ଯ୍ୟକ୍ରମ ହେଉଛି।
ଏହି ଅବସରରେ ଓଡ଼ିଶାର ଗୌରବ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବିଶିଷ୍ଟ ବାଲୁକା କଳା ମାଧ୍ୟମରେ ପରିବେଶ ଏକ ବାର୍ତ୍ତା ପ୍ରସାର କରିଛନ୍ତି । ପ୍ରାୟ ୮ ଫୁଟ ଲମ୍ବ ଓ ୫ ଫୁଟ ଓସାରର ଏହି କଳାକୃତିରେ ଘଣ୍ଟାକ ପାଇଁ ଲାଇଟ ବନ୍ଦ ରଖିବାର ଆହ୍ୱାନ ଦେଖାଯାଇଛି । ତାଙ୍କୁ ଏହି ବର୍ଷ WWF ପକ୍ଷରୁ ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ଭାବେ ମଧ୍ୟ ଚୟନ କରାଯାଇଛି ।
ଏହାସହିତ ଚଳିତ ବର୍ଷର ଅନ୍ୟାନ୍ୟ ଭାରତୀୟ ଆମ୍ବାସାଡରମାନଙ୍କ ମଧ୍ୟରେ ଚେସ୍ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦ, ଅଭିନେତ୍ରୀ ଦିୟା ମିର୍ଜା, ସଙ୍ଗୀତଜ୍ଞ ରିକି କେଜ, ସଙ୍ଗୀତଜ୍ଞ ଓ ପରିବେଶବିତ ଶାନ୍ତନୁ ମୋଇତ୍ରା ଏବଂ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ମଧ୍ୟ ସାମିଲ ହୋଇଛନ୍ତି।
ଆର୍ଥ ଆୱାର କାହିଁକି ପ୍ରମୁଖ ?
‘ଆର୍ଥ ଆୱାର’ କେବଳ ଘଣ୍ଟାକ ପାଇଁ ଆଲୋକ ବନ୍ଦ କରିବା ନୁହେଁ, ଏହା ଏକ ଜାଗରଣ ଅଭିଯାନ। ଏହା ମାଧ୍ୟମରେ ଲୋକମାନେ ଜଳବାୟୁ ପରିବର୍ତ୍ତନ ନେଇ ସଚେତନ ହେବା, ବିଦ୍ୟୁତ ସଞ୍ଚୟ କରିବା ଓ ପୃଥିବୀକୁ ସୁରକ୍ଷିତ ରଖିବାର ଶପଥ ନେବାକୁ ପ୍ରେରିତ ହୁଅନ୍ତି।
ଏହି ଛୋଟ ପଦକ୍ଷେପ ମାଧ୍ୟମରେ ବଡ଼ ପରିବର୍ତ୍ତନର ସନ୍ଦେସ ଦେବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଯାଇଛି । ଆଜିର ଏହି ଘଣ୍ଟାକ ଅନ୍ଧାର ପୃଥିବୀର ଆଗାମୀ ଭବିଷ୍ୟତକୁ ଆଲୋକିତ କରିବାର ଏକ ସଂକଳ୍ପ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
