Explore

Search

February 11, 2026 3:30 pm

ଆକ୍ସନ ମୋଡରେ ଜିଲ୍ଲା ଶିକ୍ଷାଧିକାରୀ, ବନ୍ଦ କଲେ ୭୨ଜଣ ପ୍ରଧାନଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଦରମା

ପୁରୀ : ଆକ୍ସନ ମୋଡରେ ଜିଲ୍ଲା ଶିକ୍ଷାଧିକାରୀ। ପୁରୀ ଜିଲ୍ଲାର ପାଖାପାଖି ୭୨ଜଣ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଏକ ମାସର ଦରମା ବନ୍ଦ କରିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଜାରି ଜାରି କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।

ବର୍ଷା ଋତୁକୁ ଦୃଷ୍ଟିରେ ରଖି ବଜ୍ରପାତ ସମୟରେ ସୁରକ୍ଷା ଓ ସାପ କାମୁଡା ଘଟିଲେ ତୁରନ୍ତ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ପାଇଁ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମ ପାଇଁ ବଜ୍ରପାତ ସଚେତନତା ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟକୁ ୨,୦୦୦ ଟଙ୍କା ଓ ସାପ କାମୁଡା ସଚେତନତା ପାଇଁ ୨,୫୦୦ ଟଙ୍କା ଲେଖାଏ ଅର୍ଥ ପ୍ରଦାନ କରାଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସେହି ଖର୍ଚ୍ଚର ହିସାବ ଦାଖଲ ନକରିବାରୁ ଜିଲ୍ଲା ପ୍ରଶାସନ କଠୋର ପଦକ୍ଷେପ ନେଇଛି।

ବଜ୍ରପାତ ସଚେତନତା କାର୍ଯ୍ୟକ୍ରମର ହିସାବ ଦାଖଲ ନକରିବାରୁ ୩୮ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ହୋଇଥିବା ବେଳେ, ସାପ କାମୁଡା ସଚେତନତା କାର୍ଯ୍ୟକ୍ରମର ହିସାବ ନଦେବାରୁ ଆଉ ୩୪ଜଣ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରାଯାଇଛି।

ଏନେଇ ପୂର୍ବରୁ ବାରମ୍ବାର ସଚେତନ କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିର୍ଦ୍ଦେଶକୁ ଗୁରୁତ୍ୱ ଦେଇନଥିଲେ। ଏହି କାରଣରୁ ଜିଲ୍ଲା ଶିକ୍ଷାଧିକାରୀ ଏହି କଠୋର ପଦକ୍ଷେପ ନେଇଥିବା ଜଣାପଡ଼ିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score