ଆମେରିକା : ଆଉ ମାତ୍ର ସପ୍ତାହେ। ଆରମ୍ଭ ହେବ ମହାଯୁଦ୍ଧ । ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଦିନକୁ ଦିନ ଗୁରୁତର ହେଉଛି । ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ କାର୍ଯ୍ୟକ୍ରମକୁ କେନ୍ଦ୍ର କରି ବଢ଼ୁଥିବା ହିଂସା ଏବେ ସାମରିକ ପ୍ରସ୍ତୁତିରେ ପରିଣତ ହେଉଥିବା ଦେଖାଯାଉଛି । କୂଟନୀତିକ ଆଲୋଚନା ଫଳଦାୟକ ନହେବାରୁ ଆଗାମୀ ସପ୍ତାହକୁ ନିର୍ଣ୍ଣାୟକ ମନାଯାଉଛି।
ସୂଚନା ଅନୁଯାୟୀ, ଆଗାମୀ କିଛି ଘଣ୍ଟା ମଧ୍ୟରେ ଇରାନ ଉପରେ ଆକ୍ରମଣ କରିପାରେ ଆମେରିକା । ସମ୍ପ୍ରତି ଆମେରିକା ପକ୍ଷରୁ ପଶ୍ଚିମ ଏସିଆ ଅଞ୍ଚଳରେ ବିଶାଳ ସେନାବଳ ମୁତୟନ କରାଯାଇଥିବା ସୂଚନା ମିଳିଛି । ଇରାନ ମଧ୍ୟ ସମୀପସ୍ଥ ଜଳସୀମାରେ ଆମେରିକୀୟ ନୌସେନାର ଅନେକ ଯୁଦ୍ଧ ଜାହାଜ ପ୍ରସ୍ତୁତ କରି ରଖିଛି। ସେଥିପାଇଁ ଆଧୁନିକ ଫାଇଟର ଜେଟମାନେ ଆକାଶପଥରେ କଡା ନଜର ରଖିଛନ୍ତି। ଏହାସହିତ ବାୟୁସେନା ଓ ନୌସେନାକୁ ସଚେତନ ଅବସ୍ଥାରେ ରଖାଯାଇଛି ବୋଲି ସୂତ୍ରରୁ ଜଣାପଡ଼ିଛି ।
ସେନା ପ୍ରସ୍ତୁତି ସମ୍ପର୍କରେ ହ୍ୱାଇଟ ହାଉସରକୁ ଅବଗତ କରାଯାଇଥିବା ଖବର ମିଳିଛି। ଶେଷ ସିଦ୍ଧାନ୍ତ ପାଇଁ ରାଷ୍ଟ୍ରପତିଙ୍କ ଅନୁମତି ଅପେକ୍ଷା କରାଯାଉଛି ବୋଲି କୁହାଯାଉଛି । ତେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସମୟରୁ ଇରାନ ସହ ସମ୍ପର୍କ ଅଧିକ ତିକ୍ତ ହୋଇଥିଲା । ଏବଂ ସେହି ପରିପ୍ରେକ୍ଷୀରେ ଏହି ସାମରିକ ଚଳଚ୍ଚଳାକୁ ଗୁରୁତ୍ୱ ଦିଆଯାଉଛି।
ଇରାନ ପକ୍ଷରୁ ମଧ୍ୟ କଡ଼ା ପ୍ରତିକ୍ରିୟା ଆସିଛି। ଦେଶଟି ନିଜର ସୁରକ୍ଷା ବଳକୁ ସଚେତନ ରଖିବା ସହ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି ସ୍ପଷ୍ଟ କରିଛି । ଏହି ପରିସ୍ଥିତିରେ ପଶ୍ଚିମ ଏସିଆର ଆକାଶରେ ଯୁଦ୍ଧର କଳାବାଦଲ ଘନିଭୂତ ହେଉଥିବା ଅନୁମାନ କରାଯାଉଛି।
ଯଦି ସମୟ ଭିତରେ କୌଣସି ଆଲୋଚନା ମାଧ୍ୟମରେ ସମାଧାନ ନମିଳେ, ତେବେ ଏହା ଆଞ୍ଚଳିକ ଶାନ୍ତି ଓ ବିଶ୍ୱ ସୁରକ୍ଷା ପାଇଁ ଗଭୀର ପ୍ରଭାବ ପକାଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି। ହ୍ୱାଇଟ ହାଉସର ଉଚ୍ଚସ୍ତରୀୟ ବୈଠକ ପରେ ସାମରିକ ପ୍ରସ୍ତୁତିକୁ ତେଜ କରାଯାଇଛି । ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ତରଫରୁ ଚୂଡ଼ାନ୍ତ ଅନୁମତି ମିଳିନଥିଲେ ମଧ୍ୟ, ସେନାକୁ ସମସ୍ତ ବିକଳ୍ପ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ବୋଲି ସୂତ୍ରମାନେ କହୁଛନ୍ତି।
ସେପଟେ ଇରାନ ମଧ୍ୟ ନିଜର କ୍ଷେପଣାସ୍ତ୍ର ପ୍ରଣାଳୀକୁ ସଚଳ କରି ଆମେରିକାକୁ କଡ଼ା ସତର୍କବାଣୀ ଦେଇଛି । ସର୍ବୋଚ୍ଚ ନେତା ଅଲି ଖମେନେଇ ଜେନେଭାରେ ଚାଲୁଥିବା ଆଲୋଚନା ମଧ୍ୟରେ ଆମେରିକାଙ୍କ ଚାପକୁ ଖୋଲାମେଳା ଭାବେ ବିରୋଧ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ଦେଶର ସ୍ୱାଧୀନତା ଓ ସୁରକ୍ଷାକୁ କେହି ହାନି କରିପାରିବେ ନାହିଁ।
ମଧ୍ୟପ୍ରାଚ୍ୟରେ ପ୍ରାୟ ୫୦ ହଜାରରୁ ଅଧିକ ଆମେରିକୀୟ ସୈନ୍ୟ ମୁତୟନ ଥିବା ବେଳେ, ଇରାନ ପକ୍ଷରୁ ହଜାର ହଜାର ବାଲିଷ୍ଟିକ ମିସାଇଲ ପ୍ରସ୍ତୁତ ରହିଥିବା କୁହାଯାଉଛି । ଯଦି କୂଟନୀତିକ ପଥ ବନ୍ଦ ହେଉଛି, ତେବେ ଆଗାମୀ କିଛି ଦିନ ବିଶ୍ୱ ପାଇଁ ଗଭୀର ସଙ୍କଟର ସଙ୍କେତ ନେଇଆସିପାରେ ।
ଏବେ ସମସ୍ତଙ୍କ ଦୃଷ୍ଟି ଆମେରିକୀୟ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ଅଟକି ରହିଛି। କୂଟନୀତି ସଫଳ ହେବ କି ସାମରିକ ପଦକ୍ଷେପ ନିଆଯିବ ତାହା ଆସନ୍ତା ସପ୍ତାହରେ ଜଣା ପଡିବ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
