Explore

Search

February 11, 2026 11:52 am

ଆଉ ମାତ୍ର ଗୋଟିଏ ଦିନ : ମ୍ୟାଚକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ

ଆଉ ମାତ୍ର ଗୋଟିଏ ଦିନ । ଏହାପରେ ଆରମ୍ଭ ହେବ ବିଶ୍ବକପ ମ୍ୟାଚ । ମଇଦାନକୁ ଆସିବେ ୨ ବଡ ଦଳ । ହେଲେ ଏବେ ବି ସମସ୍ତଙ୍କର ଗୋଟିଏ କଥା ବିଶ୍ବକପ ମ୍ୟାଚକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ କଣ କରିବ ପାକିସ୍ତାନ । ଏବେ ତା ଉପରେ ରହିଛି ସବୁ କ୍ରିକେଟ ପ୍ରେମୀଙ୍କ ନଜର । ସେପଟେ ଯଦି ବିଶ୍ୱକପ ମ୍ୟାଚ ଭାରତ ସହ ପାକିସ୍ତାନ ନ ଖେଳେ ତାହାଲେ ବହୁତ ପସ୍ତେଇବ ବୋଲି ଆଲୋଚନା ହେଉଛି ।

ସୂଚନା ଅନୁସାରେ ପାକିସ୍ତାନକୁ ନେଇ ଚାଲିଥିବା ବିବାଦ ଆଉ ଥମିବାର ନାମ ନେଉ ନାହିଁ । ଆସନ୍ତା ଫେବୃଆରୀ ୧୫ରେ ପାକିସ୍ତାନ ସହ ଭାରତ ମୁହାଁମୁହିଁ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ଏବେ ମ୍ୟାଚକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ ।

ପାକିସ୍ତାନ କ୍ରିକେଟ ଦଳର କ୍ୟାପଟେନ ସଲମାନ ଆଘା କହିଛନ୍ତି ଯେ ଭାରତ ବିପକ୍ଷରେ ମ୍ୟାଚ ଖେଳିବା ବିଷୟରେ ଦଳର କୌଣସି ନିଷ୍ପତ୍ତି ନାହିଁ । ଏହା ଉପରେ ପାକିସ୍ତାନ ସରକାର ଯାହା ନିଷ୍ପତି ନେଇଛନ୍ତି ତାହା ଆମେ କରିବୁ। ତେଣୁ ଭାରତ ସହିତ ମ୍ୟାଚ ଖେଳିବୁ କି ନାହିଁ ତାହା ଆମ ନିୟନ୍ତ୍ରଣରେ ନାହିଁ । ଆମ ପାକ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ଆମେ ତାହାକୁ ସମ୍ମାନ ଦେବୁ । ତେବେ ଭାରତକୁ ବାଦ ଦେଲେ ଦଳ ଗ୍ରୁପ୍ ପର୍ଯ୍ୟାୟର ଅନ୍ୟ ୩ଟି ମ୍ୟାଚ ଉପରେ ଧ୍ୟାନ କେନ୍ଦ୍ରିତ କରିଛି ଏବଂ ସେ ଗୁଡ଼ିକୁ ଖେଳିବା ପାଇଁ ଦଳ ପୂରାପୁରି ପ୍ରସ୍ତୁତ ଓ ଉତ୍ସାହିତ।

ପାକିସ୍ତାନ କ୍ୟାପଟେନଙ୍କ ଏହି ବକ୍ତବ୍ୟ ପରେ ଭାରତ ବିପକ୍ଷରେ ପାକିସ୍ତାନ ବିଶ୍ୱକପ ମ୍ୟାଚ ଖେଳିବ ନାହିଁ ବୋଲି ଚର୍ଚ୍ଚା ଆହୁରି ଜୋର ଧରିଛି । ତେବେ ପାକିସ୍ତାନର ଏଭଳି ନିଷ୍ପତ୍ତି ଆଗାମୀ ଦିନରେ ଖୁବ ମହଙ୍ଗା ପଡ଼ିପାରେ ବୋଲି ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି । ଯଦି ଭାରତ ସହ ପାକିସ୍ତାନ ବିଶ୍ୱକପ ମ୍ୟାଚ ନ ଖେଳେ ତେବେ ଏହା ଶ୍ରୀଲଙ୍କା ପାଇଁ ଯଥେଷ୍ଟ କ୍ଷତି ପହଞ୍ଚାଇବ ।

ଯଦି ମ୍ୟାଚ ଯୋଜନା ଅନୁଯାୟୀ ନହୁଏ, ତେବେ ଏହା ଶ୍ରୀଲଙ୍କାକୁ ଯଥେଷ୍ଟ ଆର୍ଥିକ, ଲଜିଷ୍ଟିକ ଏବଂ ପ୍ରତିଷ୍ଠା କ୍ଷତି ପହଞ୍ଚାଇପାରେ। ଅନ୍ୟପଟେ ଭାରତ ବିପକ୍ଷ ମ୍ୟାଚ ନଖେଳିଲେ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ପଡ଼ିପାରେ ଆଇସିସି ଛାଟ । ତେଣୁ ପାକିସ୍ତାନ ଏବେ କଣ କରିବ ତାହା ସମସ୍ତଙ୍କର ରହିଛି ନଜର ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score