Explore

Search

January 17, 2025 2:15 am

Genres

ପ୍ୟାରିସର ଗ୍ରେଭିନ ମ୍ୟୁଜିୟମ୍ ଦ୍ୱାରା ଗୋଲ୍ଡ କଏନରେ ସମ୍ମାନିତ ହେଲେ ଶାହାରୁଖ ଖାନ

Bollywood News

ବଲିଉଡ ବାଦଶାହ ଶାହାରୁଖ ଖାନଙ୍କୁ ମିଳିଛି ଆଉ ଏକ ସଫଳତା। ଫ୍ରାନ୍ସ ରାଜଧାନୀ ପ୍ୟାରିସର ଗ୍ରେଭିନ ମ୍ୟୁଜିୟମ୍ ଶାହରୁଖ ଖାନଙ୍କୁ ସମ୍ମାନିତ କରିଛି, ତାହା ପୁଣି ଗୋଲ୍ଡ କଏନ ସହ ଯାହାକି ଆଗରୁ କୌଣସି କଳାକାର ହାସଲ କରିନାହାନ୍ତି। ଗ୍ରେଭିନ ମ୍ୟୁଜିୟମ୍ ରେ ଶାହାରୁଖ ଖାନଙ୍କ ଉଦ୍ଦେଶ୍ୟରେ ଏକ ଗୋଲ୍ଡ କଏନ ଜାରି କରାଯାଇଛି , ଯେଉଁଥିରେ ତାଙ୍କ ନାମ ସହ ଏକ ଫଟୋ ମଧ୍ୟ ରହିଛି। ଏପରି ସମ୍ମାନର ହକଦାର ହେବାରେ ଶାହାରୁଖ ଖାନ ହେଉଛନ୍ତି ପ୍ରଥମ ଅଭିନେତା

ପୂର୍ବରୁ ପ୍ୟାରିସ ରେ ଗ୍ରେଭିନ ମ୍ୟୁଜିୟମ୍ ରେ 2008 ମସିହାରୁ ଶାହାରୁଖ ଖାନଙ୍କ ମହମ ପ୍ରତିମୂର୍ତ୍ତି ରହିଥିଲା । ଏହି ପ୍ରତିମୂର୍ତ୍ତି ବିଭିନ୍ନ ଆନ୍ତର୍ଜାତୀୟ ସ୍ତରରେ ଥିବା ତାଙ୍କର ପ୍ରତିମୂର୍ତ୍ତି ମଧ୍ୟରୁ ଗୋଟିଏ ତେବେ ବର୍ତ୍ତମାନ ତାଙ୍କ ସମ୍ମାନରେ ଏକ ସୁନା ମୁଦ୍ରା ଜାରି କରିବାର ନିଷ୍ପତ୍ତି ବାସ୍ତବରେ ସ୍ୱାଗତ ଯୋଗ୍ୟ । ସୂଚନା ମୁତାବକ ଚଳଚ୍ଚିତ୍ର ଜଗତକୁ ଶାହାରୁଖ ଖାନଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଫ୍ରାନ୍ସର ରାଜଧାନୀ ଗ୍ରେଭିନ ମ୍ୟୁଜିୟମ୍ ଏକ ସ୍ୱତନ୍ତ୍ର ସୁନା ମୁଦ୍ରା ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।ଏହି ସମ୍ମାନ କେବଳ ଶାହାରୁଖ ଖାନ ନୁହେ ବରଂ ସମଗ୍ର ଚଳଚ୍ଚିତ୍ର ଜଗତ ପାଇଁ ନିଶ୍ଚିନ୍ତ ରୂପେ ଗର୍ବର ବିଷୟ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score