Explore

Search

May 17, 2025 11:17 pm

Genres

ଉଦଯାପିତ ହେଲା ୱେଭସ୍ ୨୦୨୫

ପ୍ରଥମ ଥର ପାଇଁ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ମୁମ୍ବାଇ ଠାରେ ୱେଭସ୍ ୨୦୨୫ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ଚାରିଦିନ ଧରି ଚଳଚ୍ଚିତ୍ର ବିକାଶର ଅନେକ ମାନସ ମନ୍ଥନ ଚାଲିଥିଲା l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ୱେଭସ୍ ୨୦୨୫ର ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ଚାରି ଦିନ ଧରି ଚାଲିଥିଲା। ଯାହାକୁ ଉଦଘାଟନ କରିବା ସହ ପ୍ରଧାନମନ୍ତ୍ରୀ ନିଜେ ଏହି ସଭାରେ ସମ୍ବୋଧିତ କରିଥିଲେ ଏବଂ ଏହାର ଦିଗଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ କରଣ ଜୋହର, ଦୀପିକା ପାଦୁକୋନ, ଫରହାନ ଅଖତର ଏବଂ ଆମିର-ଶାହରୁଖ ଖାନଙ୍କ ଭଳି ବଡ଼ ଷ୍ଟାରମାନେ ଅଂଶଗ୍ରହଣ କରିଛନ୍ତି। ଏହା ସହିତ ରଣବୀର କପୁର ଏବଂ ଅକ୍ଷୟ କରିବା ସହ ସଙ୍ଗୀତ ଶିଳ୍ପ, ଫ୍ୟାଶନ୍, ଚଳଚ୍ଚିତ୍ର, ବିଷୟବସ୍ତୁ ଏବଂ ଡିଜିଟାଲ୍ ଶିଳ୍ପ ବିଶ୍ୱସ୍ତରୀୟ କେନ୍ଦ୍ର ପାଲଟିଛି। ଏହା ଜିଡ଼ିପି ଅଭିବୃଦ୍ଧିରେ ମଧ୍ୟ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ ମୋଦି ଶିଳ୍ପକୁ ମଧ୍ୟ ଆଶ୍ୱାସନା ଦେଇଥିଲେ ଯେ, ଭାରତ ସରକାର ପ୍ରଗତି ପଥରେ ପୂର୍ଣ୍ଣ ସମର୍ଥନ ଯୋଗାଇବେ। ୧୦୦ ରୁ ଅଧିକ ଦେଶରେ ଭାରତୀୟ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି l ଏଥିସହ ମୋଦି ବିଶ୍ୱବ୍ୟାପୀ ଭାରତୀୟ ଚଳଚ୍ଚିତ୍ରର ଶକ୍ତି ବିଷୟରେ ମଧ୍ୟ କହିଥିଲେ। ଲୋକମାନେ ଏଠାକାର କାହାଣୀଗୁଡ଼ିକୁ ବୁଝିବାକୁ ଏବଂ ଜାଣିବାକୁ ଚାହାଁନ୍ତି। ଏହା ସହିତ ଓଟିଟି ୧୦ ପ୍ରତିଶତ ଅଭିବୃଦ୍ଧି ପାଇଛି ଏବଂ ସ୍କ୍ରିନ୍ ମାଇକ୍ରୋ ହେବାରେ ଲାଗିଛି ଏବଂ ଏହାର ପ୍ରଭାବ ବହୁତ ବଡ଼ ହେଉଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ ପ୍ରଧାନମନ୍ତ୍ରୀ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score