ପ୍ରତ୍ୟେକ ବର୍ଷ ଆକର୍ଷଣୀୟ ମଡେଲ ଆଣି ବଜାରରେ ସ୍ଵତନ୍ତ୍ର ସ୍ଥାନ ହାସଲ କରୁଥିବା ରେଟ୍ରୋ-ମଡର୍ଣ୍ଣ ମୋଟରସାଇକେଲ୍ ନିର୍ମାତା କମ୍ପାନୀ ରୟାଲ୍ ଏନଫିଲ୍ଡ “ଅପଡେଟେଡ୍ ହଣ୍ଟର ୩୫୦” ବାଇକ୍କୁ ଲଞ୍ଚ କରିଛି । ନୂତନ ମୋଟରସାଇକେଲରେ କସମେଟିକ୍ ଏବଂ ହାର୍ଡୱେର୍ ଅପଡେଟ୍ କରାଯାଇଛି । ନୂଆ ଅପଡେଟ୍ ସହିତ ଡାପର୍ ଏବଂ ରେବେଲ ମଡେଲଗୁଡିକର ମୂଲ୍ୟ ୭୦୦୦ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ବ୍ରାଣ୍ଡର ଲାଇନଅପରେ ରୟାଲ୍ ଏନଫିଲ୍ଡ ହଣ୍ଟର୍ ୩୫୦ ସବୁଠାରୁ ସୁଲଭ ମୋଟରସାଇକେଲ୍ ହୋଇଆସୁଛି ଏବଂ ପ୍ରତି ୬ ମାସରେ ଗୋଟିଏ ଲକ୍ଷ ୟୁନିଟ୍ ବିକ୍ରି କରୁଛି ।
ସୂଚନା ମୁତାବକ ରୋଡଷ୍ଟାର୍ ବାଇକ୍ ପ୍ରଥମେ ଅଗଷ୍ଟ ୨୦୨୨ରେ ଲଞ୍ଚ ହୋଇଥିଲା ଏବଂ ସେହି ଦିନଠାରୁ ରୟାଲ୍ ଏନଫିଲ୍ଡ ବିଶ୍ବରେ ପାଞ୍ଚ ଲକ୍ଷରୁ ଅଧିକ ୟୁନିଟ୍ ବିକ୍ରି କରିଛି । ନୂତନ ବାଇକ ଏକ ସିଙ୍ଗଲ୍ ସିଲିଣ୍ଡର,ଷ୍ଟ୍ରୋକ, ଏୟାର-ଅଏଲ କୁଲ୍ଡ ଇଞ୍ଜିନ୍ ସହିତ ସଜ୍ଜିତ ହୋଇଛି ଓ ଏଥିରେ ସ୍ପିଡ୍ ଗିଅରବକ୍ସ ସହିତ ଯୋଡି ହୋଇଛି ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |