Explore

Search

July 15, 2025 5:20 pm

Genres

ଦେଶର ୩ ପ୍ରମୁଖ ଘରୋଇ ବ୍ୟାଙ୍କ ସହିତ ଆର୍ଥିକ କାରବାର ବନ୍ଦ କଲେ ସରକାର

ଦେଶର ପ୍ରମୁଖ ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ସହ ବ୍ୟବସାୟିକ ଓ ଜମା କାରବାର କରିବାକୁ ଓଡିଶା ରାଜ୍ୟ ସରକାର ମନା କରିଦେଇଛନ୍ତି । ତତ୍କାଳ ପ୍ରଭାବରେ ଏହା ଲାଗୁ ହୋଇଛି । ଅର୍ଥ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶ ଜାରି ହୋଇଛି । ବ୍ୟାଙ୍କ ମାନଦଣ୍ଡ ପୂରଣ ନ କରିବା ଓ ଗତ ଦୁଇବର୍ଷରେ ସରକାରଙ୍କ କିଛି ପ୍ରମୁଖ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଏହି ବ୍ୟାଙ୍କ ଗୁଡିକର ଖରାପ ପ୍ରଦର୍ଶନ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସରକାରୀ ସଂସ୍ଥା ତୁରନ୍ତ ସଂଚୟ ଜମା, କରେଣ୍ଟ ଆକାଉଣ୍ଟ ଓ ଅନ୍ୟ ଆକାଉଣ୍ଟକୁ ବନ୍ଦ କରିବାକୁ କୁହାଯାଇଛି । ତେବେ ଫିକ୍ସଡ ଡିପୋଜିଟ ଓ ଟର୍ମ ଡିପୋଜିଟ ନିର୍ଦ୍ଦାରିତ ସମୟସୀମା ପୂରଣ ହେଲା ଯାଏଁ ରହିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score