ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ 3 ଦିନିଆ ଜିଲ୍ଲା ସ୍ତରୀୟ ବିକାଶ ମେଳା ଏବଂ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇସାରିଛି। ଅନୁଷ୍ଠିତ ହୋଇଥିବା ଏହି ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦାଇତ୍ୱ ରେ ଥିବା ମାନ୍ୟବର ମନ୍ତ୍ରୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବିକାଶ ମେଳା କୁ ଉଦ୍ଘାଟନ କରିଥିଲେ। ଏହି ବିକାଶ ମେଳା ଉଦ୍ଘାଟନ ଉତ୍ସବ ରେ ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ଭାସନ୍ଙ୍କ ଅଧ୍ୟକ୍ଷତାରେ ମାନ୍ୟବର ବିଧାୟକ କୋରାପୁଟ, DIG ଚରଣ ସିଂ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ , ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଅତିଥି ରୂପେ ଯୋଗ ଦେଇଥିଲେ।
ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ମଞ୍ଚାସିନ ଅତିଥି ଏବଂ ଉପସ୍ଥିତ ଜନସାଧାରଣଙ୍କ ଦ୍ବାରା ରାଜ୍ୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲ। ସଭାକାର୍ଯ୍ୟ ପୂର୍ବରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ଭାସନ୍ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରିବା ସହ ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରି ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ସମ୍ୟକ୍ ଧାରଣା ଦେଇଥିଲେ। ସମ୍ମାନୀତ ବ୍ୟକ୍ତିବୃନ୍ଦାମନେ ନିଜ ନିଜର ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ବିକାଶ ମେଳା ରେ ସମସ୍ତଙ୍କ ସଂପୃକ୍ତିକୁ ଉତ୍ସାହିତ କରି ସୁଭଦ୍ରା ଯୋଜନା, ଶ୍ରୀ ମନ୍ଦିର କର୍ପସ୍ ଫଣ୍ଡ, ସି ଏମ କିସାନ ସମୃଦ୍ଧ କୃଷକ ଯୋଜନା ଉପରେ କହିଥିଲେ। ମୁଖ୍ୟ ଅତିଥି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ବକ୍ତବ୍ୟ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସୁଭଦ୍ରା ଯୋଜନା ର ଶୁଭାରମ୍ଭ ଏକ ଐତିହାସିକ ପଦକ୍ଷେପ ରୂପେ ବର୍ଣ୍ଣିତ କରି ଲୋକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଓଡ଼ିଆ ଅସ୍ମିତା, ଜନଜାତି ବିକାଶ, ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ ସେବା, ରେଳ ଭିତ୍ତିଭୂମୀ, କୃଷକ ଉର୍ନ୍ନତି , ଉଚ୍ଚ ଶିକ୍ଷା ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରି ଜିଲ୍ଲା ର ବିକାଶ ରେ ସାମିଲ ହୋଇ ପ୍ରଗତିର ନୂତନ ସୂର୍ଯ୍ୟୋଦୟ କୁ ସ୍ବାଗତ କରିବା ପାଇଁ ଆହ୍ୱାନ କରିଥିଲେ I
ବିକାଶ ମେଳାରେ ବିଭିନ୍ନ ବିଭାଗୀୟ ଷ୍ଟଲ ଗୁଡିକୁ କୁ ମୁଖ୍ୟ ଅତିଥି ପରିଦର୍ଶନ କରିଥିଲେ। ସେଭଳି ମଞ୍ଚରେ ବିଭିନ୍ନ ବ୍ଲକ ରୁ ଆସିଥିବା ଶୁଭଦ୍ରା ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ସ୍ବାସ୍ଥ୍ୟ କାର୍ଡ, କ୍ଷୁଦ୍ର ଯୁବ ଉଦ୍ୟୋଗୀ, ଜଙ୍ଗଲ ଜମି ପଟ୍ଟା ହିତାକାରୀଙ୍କୁ ଚେକ୍, ଉପକରଣ ମୁଖ୍ୟ ଅତିଥ୍ ଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା। ଜିଲ୍ଲା ସଂସ୍କୃତି ପରିଷଦ, କୋରାପୁଟ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ବିଭାଗୀୟ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ, ଡି.ଆଇ.ଜି, ଜିଲ୍ଲା ପରିଷଦ, ଉପ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ପରିଷଦ ଅଧକ୍ଷା , ଉପଜିଲ୍ଲାପାଳ ଜୟପୁର, ମୁଖ୍ୟ ଉର୍ଣ୍ଣୟନ ଅଧିକାରୀ ପ୍ରମୁଖ ଙ୍କ ସହଯୋଗରେ ଏହି ବିକାଶ ମେଳା ଆୟୋଜନ ହୋଇଥିଲା ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |