Explore

Search

November 19, 2025 5:29 pm

ଡରାଉଛି ଡେଙ୍ଗୁ: କିପରି କରିବେ ପ୍ରତିକାର

Dengue Treatment

ଦିନକୁ ଦିନ କାୟା ବିସ୍ତାର କରିଚାଲିଛି ଡେଙ୍ଗୁ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪ ଶହ ଟପି ସାରିଲାଣି। ବର୍ଷା ଦିନ ହେଉଥିବାରୁ ସ୍ଥିତି ଅସମ୍ଭାଳ ହୋଇପଡିଛି। ତେବେ ସୂଚନା ଥାଉ କି ସବୁଠୁ ଅଧିକ ଖୋର୍ଦ୍ଧା ଓ ସୁନ୍ଦରଗଡରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ସହ କଟକ, ବଲାଙ୍ଗିର ଏବଂ ବାଲେଶ୍ୱରରେ ରୋଗୀଙ୍କ ସଂଖ୍ୟା ଶହେ ଉପରେ ରହିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମନିଟରିଂ କରାଯାଉଥିବା ବେଳେ ସୁନ୍ଦରଗଡ଼, ଭୁବନେଶ୍ୱର ଓ କଟକରେ ସ୍ପେଶାଲ୍ ଡ୍ରାଇଭ୍ ମୋଡ଼ରେ ଅଛନ୍ତି ସରକାର।

ତେବେ ବର୍ଷା ଦିନରେ ଏହି ସମସ୍ୟା ଗମ୍ଭୀର ହେଉଥିବା ବେଳେ ଏହି ରୋଗର ଲକ୍ଷଣ କ’ଣ ଏବଂ କିପରି ଏଥିରୁ ମୁକ୍ତି ପାଇବେ ଆସନ୍ତୁ ଜାଣିବା। ଏହି ରୋଗ କିଭଳି ବ୍ୟାପେ ଏବଂ କେଉଁ ଲକ୍ଷଣ ଦେଖିବାକୁ ମିଳିଥାଏ ଏବଂ କ’ଣ ଏହାର ଚିକିତ୍ସା ଆସନ୍ତୁ ଜାଣିବା।

ଡେଙ୍ଗୁ ଭୂତାଣୁ ଦ୍ୱାରା ବ୍ୟାପୁଥିବା ଏକ ଭାଇରାଲ୍ ସଂକ୍ରମଣ। ଏହି ଭୂତାଣୁ ସଂକ୍ରମିତ ମଶା, ଦିନରେ ଅଧିକ କାମୁଡିଥାନ୍ତି। ଏଥିପାଇଁ ସମ୍ପୂର୍ଣ୍ଣ ଘୋଡେଇ ରହୁଥିବା ପୋଷାକ ପିନ୍ଧନ୍ତୁ। ଡେଙ୍ଗୁ ହେଲେ ଉଚ୍ଚ ଜ୍ୱର ଏବଂ ଫ୍ଲୁ ଭଳି ଲକ୍ଷଣ ଦେଖାଦିଏ। ଗୁରୁତର ଅବସ୍ଥାରେ ରକ୍ତସ୍ରାବ, ନିମ୍ନ ରକ୍ତଚାପ ବେଳେବେଳେ ମୃତ୍ୟୁ ମଧ୍ୟ ହୋଇପାରେ। ଡେଙ୍ଗୁ ଜ୍ୱର ଯୋଗୁଁ ରକ୍ତରେ ପ୍ଲେଟଲେଟ୍ ହ୍ରାସପାଏ। ସବୁଠାରୁ ବଡ କଥା ହେଉଛି, ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଡେଙ୍ଗୁ ହୁଏ ନାହିଁ। ଏହାକୁ ଏଡାଇବା ପାଇଁ ମଶାମାନଙ୍କୁ ଘଉଡାଇବା ଉଚିତ୍। ଘରର ଚତୁର୍ପାଶ୍ୱକୁ ପରିଷ୍କାର ପରିଚ୍ଛନ ରଖନ୍ତୁ। ଟାୟାର, ପ୍ଲାଷ୍ଟିକ କିମ୍ବା ପାଣି ଜମି ରହୁଥବା ଭଳି କୌଣସି ସାମଗ୍ରୀ ରଖନ୍ତୁ ନାହିଁ। ଶୋଇବା ବେଳେ ସର୍ବଦା ମଶାରୀ ବ୍ୟବହାର କରନ୍ତୁ। ରୋଗର କୌଣସି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

ଏହି ସମସ୍ୟାକୁ ନିୟନ୍ତ୍ରଣ କରିବାପାଇଁ ପ୍ରଶାସନ ତଥା ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି ମାତ୍ର ତାହା ଯଥେଷ୍ଟ ନୁହେ ଯଦି ନିଜେ ସତର୍କତା ଅବଲମ୍ବନ ନ କରିବା ତେବେ ଏହି ସମସ୍ୟାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score