ବିଜେଡିର ଛାୟା କ୍ୟାବିନେଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ କ’ଣ ଏହି ଛାୟା କ୍ୟାବିନେଟ ?କଣ ରହିଛି ଏହା ପଛର ଉଦ୍ଦେଶ୍ୟ ଆସନ୍ତୁ ଜାଣିବା ?
ବିଧାନସଭାରେ ଶାସକ ଦଳକୁ ବିଭିର୍ଣ୍ଣ ପ୍ରସଙ୍ଗରେ ଘେରିବାପାଇଁ ନବୀନଙ୍କ ପ୍ରତିନିଧିତ୍ୱରେ ଗଠନ ହୋଇଛି ବିଜେଡିର ଛାୟା କ୍ୟାବିନେଟ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଛି ବିଜେଡି । ଏନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, “ବିଧାନସଭାରେ ସମ୍ପୃକ୍ତ ବିଭାଗ ସମ୍ପର୍କିତ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିବ । ଓଡିଶାବାସୀଙ୍କ ହକ୍ ତଥା ଜନସାଧାରଣଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବ । ଏଥିପାଇଁ 50 ଜଣିଆ ତାଲିକାରେ ବିଭିନ୍ନ ନେତାଙ୍କୁ ବିଭାଗ ବଣ୍ଟନ କରାଯାଇଛି ।
ବିରୋଧୀ ଦଳର ଏହି ନୀତି ବ୍ରିଟେନ ରାଜନୀତି ରୁ ଉତ୍ପତ୍ତି ହୋଇଛି ବୋଲି କୁହା ଯାଉଛି । ଏହି ବ୍ୟବସ୍ଥା ଅନୁଯାୟୀ, ବିରୋଧୀଦଳର ବିଧାୟକ ବା ସାଂସଦମାନେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟକଳାପ ଉପରେ ନଜର ରଖିବେ ଯାହାକି ଉନ୍ନତ ଗଣତନ୍ତ୍ର ଗଠନ ରେ ସହାୟକ ହେବ ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |