Explore

Search

November 18, 2025 2:43 am

୧୭ ଘଣ୍ଟାର ଯାତ୍ରା ପରେ ପୃଥିବୀକୁ ଫେରିବେ ସୁନୀତା ୱିଲିଅମ୍ସଙ୍କ, ଭୋର ୩.୨୭ ସମୟରେ ଲ୍ୟାଣ୍ଡିଂ

୧୭ ଘଣ୍ଟାର ଯାତ୍ରା ପରେ ପୃଥିବୀକୁ ଫେରିବେ ସୁନୀତା ୱିଲିଅମ୍ସଙ୍କ, ଭୋର ୩.୨୭ ସମୟରେ ଲ୍ୟାଣ୍ଡିଂ

ମହାକାଶଚାରୀ ସୁନୀତା ୱିଲିଅମ୍ସଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯାୟରେ l ବୈଜ୍ଞାନିକ ମାନେ ଫେରିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆଉ ସେମାନଙ୍କ ଏହି ପ୍ରସ୍ତୁତିର ଏକ ଭିଡିଓ ନାସା ପକ୍ଷରୁ ଜାରି କରାଯାଇଛି । ଦୀର୍ଘ ୯ ମାସ ପରେ ମହାକାଶରୁ ଫେରିବେ ମହାକାଶ ବିଜ୍ଞାନୀ ସୁନୀତା ୱିଲିଅମ୍ସ ଓ ବୁଚ୍ ୱିଲମୋର । ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ୍‌ରେ ଫସି ରହିଥିବା ଦୁଇ ବୈଜ୍ଞାନିକଙ୍କୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଉ ସେମାନଙ୍କ ଏହି ପ୍ରସ୍ତୁତିର ଏକ ଭିଡିଓ ନାସା ପକ୍ଷରୁ ଜାରି କରାଯାଇଛି । ଯେଉଁଥିରେ ଉଭୟ ସୁନୀତା ଓ ବୁଚ୍ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି । ପ୍ରାୟ ୯ ମାସ ପରେ ପୃଥିବୀପୃଷ୍ଠକୁ ଫେରିବେ ସୁନୀତା ଏବଂ ବୁଚ୍ । ଆଉ ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ସ୍ପେଶ୍ କ୍ରାଫ୍ଟ ଜରିଆରେ ସେମାନେ ଫେରିବେ । ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ସୁନୀତା ଓ ବୁଚ୍ । ଆଜି ସକାଳ ୧୦ଟା ୪୫ରେ ଆରମ୍ଭ ହେବ ଅନ୍ ଡକିଂ ପ୍ରକ୍ରିୟା । ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରୁ ଅନ୍‌ ଡକିଂ କରିବା ପରେ ପୃଥିବୀପୃଷ୍ଠ ଆଡକୁ ଆସିବେ । ଆଉ ଆସନ୍ତାକାଲି ଭୋର ସାଢେ ୩ ଟାରେ ପୃଥିବୀରେ ପହଞ୍ଚିବେ । ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମହାକାଶରେ ୯ ମାସ ହେବ ଫସି ରହିଥିଲେ ସୁନୀତା ଓ ତାଙ୍କ ସହଯୋଗୀ । ଏବେ ନାସା ପକ୍ଷରୁ ସ୍ପେଶ୍ ଏକ୍ସର ଫାଲକନ୍‌-୯ ରକେଟକୁ ଗୁରୁବାର କେନେଡି ସ୍ପେଶ୍ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିଲା । ତେବେ ୧୯ ତାରିଖ ସୁଦ୍ଧା ସୁନୀତା ପୃଥିବୀପୃଷ୍ଠକୁ ଫେରିବେ ବୋଲି ସୂଚନା ମିଳିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score