ରାଜ୍ଯରେ ଲାଗୁ ହେବ ନୂତନ ଅବକାରୀ ନୀତି ଏ ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି l ଜୁନ ୧୫ରୁ ୨୦ ଭିତରେ ଆସିବ ନୂଆ ନୀତି l ଯେଉଁଥିରେ ଏହି ନୀତିର କାର୍ଯ୍ୟକାଳ ୩ ବର୍ଷିଆ ରହିବ l ବିଭିନ୍ନ ରାଜ୍ୟକୁ ଯାଇ ୪ଟି କମିଟିର ଅନୁଧ୍ୟାନ ହେବା ସହ ନୂଆ ନୀତି ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ହୋଇଯାଇଛି l ସଚିବଙ୍କ ନେତୃତ୍ଵରେ ଗୋଟିଏ ଟିମ୍ ଆନ୍ଧ୍ର ଯାଇଛି l ସେହିପରି ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି l ଏ ନେଇ ପୁଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ l ଆଣ୍ଟିଡ୍ରୋନ ଟେକ୍ନୋଲୋଜି ଲାଗିଲେ ଡ୍ରୋନ ଉଡିବା ପରେ ଏହାକୁ ଖସାଇ ଦିଆଯାଇ ପାରିବ l ଆବଶ୍ୟକ ପଡିଲେ ଅର୍ଥ ମନ୍ଦିର ପ୍ରଶାସନ ଦେବ l ଯାହାର ପୁଙ୍ଖାନୁପୁଙ୍ଖ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |