ଦୀର୍ଘଦିନ ଧରି ରାଜ୍ୟର ପ୍ରମୁଖ ୩ ସହରରେ ବନ୍ଦ ରହିଛି ପୌର ଓ ମ୍ୟୁନିସିପାଲଟି ନିର୍ବାଚନ । ସମ୍ବଲପୁର ଆଉ ରାଉରକେଲାରେ ପୌର ନିର୍ବାଚନ ଗତ ୧୧ ବର୍ଷ ହେଲା ବନ୍ଦ ହୋଇଥିବା ବେଳେ, ପୁରୀରେ ଗତ ୬ ବର୍ଷ ହେଲା ବନ୍ଦ ରହିଛି ନିର୍ବାଚନ, ମାତ୍ର ଆଶ୍ୱସ୍ତିର ବିଷୟ ଏହି ଯେ, ଏବେ ହାଇକୋର୍ଟଙ୍କ ଶୁଣାଣି ପରେ, ପୁଣିଥରେ ଏହି ୩ ସହରରେ ପୌର ନିର୍ବାଚନ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ମନ୍ତ୍ରୀଙ୍କ ସୂଚନା ମୁତାବକ, ପୁରୀ, ରାଉରକେଲା, ସମ୍ବଲପୁରରେ ପୌର ନିର୍ବାଚନ ଦୀର୍ଘ ବର୍ଷ ହେଲା ବନ୍ଦ ରହିଛି । ପୂର୍ବ ସରକାର ବେଳେ ବର୍ଷ ବର୍ଷ ଧରି ବନ୍ଦ ରହିଥିଲା ପୌର ନିର୍ବାଚନ । ହେଲେ ଏହି ୩ ସହରରେ ପୁଣିଥରେ ନିର୍ବାଚନ କରିବାକୁ ସରକାର ଯୋଜନା କରୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି ।
ତେବେ ହାଇକୋର୍ଟରେ ଏହି ମାମଲା ବିଚାରାଧିନ ରହିଛି । ସରକାରଙ୍କ ଓକିଲ ମଧ୍ୟ ଲଢ଼ୁଛନ୍ତି । ବିଚାରପତିଙ୍କ ରାୟ ଆସିବା ପରେ ସରକାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ମନ୍ତ୍ରୀ କହିଛନ୍ତି । ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଯାହା ଆବଶ୍ୟକ ରହିଛି, ଏ ସରକାର ତାହା କରିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |