Explore

Search

June 16, 2025 9:28 pm

Genres

ବର୍ଷକର ରିପୋର୍ଟ କାର୍ଡ ଦେଲେ ମୋହନ ସରକାର

ଓଡ଼ିଶାରେ ସରକାରଙ୍କୁ ପୁରିଲା ଏକବର୍ଷ l ଏ ପରିପ୍ରେକ୍ଷୀରେ ବର୍ଷକର ରିପୋର୍ଟ କାର୍ଡ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ନୂଆ ଉପଲବ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍‌ l ମୋଦି ସରକାରଙ୍କ ୧୧ ବର୍ଷ ପୂର୍ତ୍ତିର ସଫଳତା କହିଲେ ମାନ୍ୟବର l ସ୍ଥିର ଶାସନ ସହିତ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିଛି ଏଥିସହ ୧୧ ବର୍ଷରେ ସାମାଜିକ, ଅର୍ଥନୈତିକ ପରିବର୍ତ୍ତନ ଆସିଛି l ସେପରି ଧାରା ୩୭୦ ଉଚ୍ଛେଦ କରି ଜାମ୍ମୁ କାଶ୍ମୀରକୁ ଦେଶ ସହ ଯୋଡ଼ିବା ହେଉ ଅବା ଟ୍ରିପଲ ତଲାକ ଉଚ୍ଛେଦ, ମହିଳାଙ୍କ ରାଜନୈତିକ ସଶକ୍ତିକରଣ ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ଇତ୍ୟାଦି l ଦେଶରେ କୋଭିଡ ଟିକା ବଣ୍ଟନ,ବିଶ୍ବ ବ୍ୟାଙ୍କ ରିପୋର୍ଟରେ ଗରିବୀ ୨୭.୧ ପ୍ରତିଶତରୁ ୫.୩ ପ୍ରତିଶତକୁ ହ୍ରାସ ଇତ୍ୟାଦି ବିଷୟରେ ବଖାଣିଥିଲେ l

ସେହିପରି ଆଉ ୨ ଦିନ ପରେ ଆମ ସରକାରକୁ ବର୍ଷେ ପୂରିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ l “ସଂକଳ୍ପପତ୍ରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ l ବର୍ଷକର ସଫଳ ଯାତ୍ରାରେ ଲୋକଙ୍କ ଆଶା ପୂରଣ କରିଛୁ l ଗତବର୍ଷ ୪ ଜୁନ୍‌ରେ କ୍ୟାବିନେଟ୍‌ରେ ୪ଟି ନିଷ୍ପତ୍ତି ନେଇଥିଲୁ ଯହିଁରେ ସୁଭଦ୍ରା ଯୋଜନା, ଇନ୍‌ପୁଟ ସବସିଡି ପ୍ରଦାନ ନିଷ୍ପତ୍ତି ନେଇଥିଲୁ ଓ ଶ୍ରୀମନ୍ଦିରର ୪ ଦ୍ବାରା ଖୋଲିବା ଓ ୫୦୦ କୋଟିର କର୍ପୋସ ଫଣ୍ଡ ଗଠନ ଏବଂ ୪ଟି ନିଷ୍ପତ୍ତିକୁ ସଫଳତାର ସହ ପୂରଣ କରିଛୁ” ମୁଖ୍ୟମନ୍ତ୍ରୀ ବିବୃତି ଦେଇଥିଲେ l କେବଳ ସେତିକି ନୁହେଁ ୧୨ ମାସ ହେଲାଣି ଲୋକଙ୍କ ପାଇଁ ନିରନ୍ତର କାମ କରୁଛୁ l ଚଳିତବର୍ଷ ଆଉ ୪୦ ହଜାର ନିଯୁକ୍ତି ପ୍ରଦାନ କରିବୁ l ୫ ବର୍ଷରେ ୧ ଲକ୍ଷ ୫୦ ହଜାର ଖାଲି ପଦବୀ ପୂରଣ କରିବୁ l ୨୦୩୬ ମସିହା ପାଇଁ ୩୬ଟି କାର୍ଯ୍ୟକ୍ରମ ହାତକୁ ନେଇଛୁ l ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ବିଷୟରେ ଜଣାଇବୁ ଓ ଏଥିସହିତ ଦେଶର ସର୍ବଶେଷ୍ଠ ୫ ରାଜ୍ୟ ଭିତରେ ସ୍ଥାନିତ ହେବ ଓଡ଼ିଶା l ଓଡ଼ିଶାକୁ ୫ ନିୟୁତ ଆମେରିକୀୟ ଡଲାରର ଅର୍ଥନୀତି କରିବୁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମହୋଦୟ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score