Explore

Search

July 15, 2025 11:22 am

Genres

ତାମିଲନାଡ଼ୁ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚେହେରା ହେବେ ଥଲପତି ବିଜୟ

ଆଗାମୀ ତାମିଲନାଡୁ ନିର୍ବାଚନକୁ ନେଇ ଟିଭିକେ(ତାମିଲଗା ଭେଟ୍ଟ୍ରି କାଝାଗମ୍‌) ଦଳ ଶୁକ୍ରବାର ବହୁ ବଡ଼ ଘୋଷଣା କରିଛି। ଚର୍ଚ୍ଚିତ ଅଭିନେତା ଥଲପତି ବିଜୟ ହେଲେ ଦଳର ମୁଖ୍ୟମନ୍ତ୍ରୀ ଚେହେରା। ଚେନ୍ନାଇରେ ବସିଥିବା ଟିଭିକେ ଦଳୀୟ ବୈଠକରେ ଅଭିନେତାରୁ ରାଜନେତା ପାଲଟିଥିବା ଜୋସେଫ୍‌ ବିଜୟ ଚନ୍ଦ୍ରଶେଖର ଓରଫ୍‌ ଥଲପତି ବିଜୟଙ୍କୁ ୨୦୨୬ ତାମିଲନାଡ଼ୁ ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଯାଇଛି। ଏଥିସହ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ବିଜୟ କହିଛନ୍ତି ଯେ, ୨୦୨୬ ତାମିଲନାଡୁ ନିର୍ବାଚନରେ ତାଙ୍କ ଦଳ ​​ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଡିଏମକେ କିମ୍ବା ବିଜେପି ସହିତ ମେଣ୍ଟ କରିବ ନାହିଁ। ସେ ଆହୁରି କହିଛନ୍ତି, ବିଜେପି କେବେବି ତାମିଲନାଡୁରେ ବଢିପାରିବ ନାହିଁ।

ବିଜୟ ସେପ୍ଟେମ୍ବରରୁ ତାଙ୍କର ରାଜ୍ୟବ୍ୟାପୀ ଗସ୍ତ ଆରମ୍ଭ କରିବେ ବୋଲି ଟିଭିକେ ସାଧାରଣ ସମ୍ପାଦକ ଏନ ଆନନ୍ଦ ସୂଚନା ଦେଇଛନ୍ତି। ଆସନ୍ତା ମାସରେ ବଡ଼ ସ୍ତରରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜନ କରିବାକୁ ମଧ୍ୟ ଦଳ ପ୍ରସ୍ତାବ ଦେଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score