Explore

Search

June 14, 2025 4:40 pm

Genres

ମିଜୋରାମ ହେଲା ଦେଶର ପ୍ରଥମ ସଂପୂର୍ଣ୍ଣ ସାକ୍ଷର ରାଜ୍ୟ

ଉତ୍ତରପୂର୍ବ ରାଜ୍ୟମାନଙ୍କ ମଧ୍ୟରେ ମିଜୋରାମ ହେଲା ଦେଶର ପ୍ରଥମ ସଂପୂର୍ଣ୍ଣ ସାକ୍ଷର ରାଜ୍ୟ l ରାଜଧାନୀ ଆଇଜୋଲରେ ବିଧିବଦ୍ଧ ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଲାଲଦୁହୋମା l ‘ଉଲ୍ଲାସ’ ଓ ‘ନବ ଭାରତ’ କାର୍ଯ୍ୟକ୍ରମ ଜରିଆରେ କରାଯାଇଛି ସାକ୍ଷରତା ଲକ୍ଷ୍ୟ ହାସଲ l ମିଜୋରାମର ୯୮.୨% ଲୋକ ସାକ୍ଷର ହୋଇଥିବା ସୂଚନା ମିଳିଛି l ୭ ବର୍ଷରୁ ଅଧିକ ବୟସର ୯୯.୨% ପୁରୁଷ ଓ ୯୭% ମହିଳା ସାକ୍ଷର ହୋଇଛନ୍ତି l ୯୫%ରୁ ଅଧିକ ସାକ୍ଷରତା ଥିଲେ ସଂପୂର୍ଣ୍ଣ ସାକ୍ଷର ଘୋଷଣା କରାଯାଏ l ତେବେ କେରଳ ପରେ ଶିକ୍ଷା କ୍ଷେତ୍ରରେ ମିଜୋରାମ ଏହି ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score