Explore

Search

November 11, 2025 7:19 pm

ଭାରତର ବୃହତ୍ କୂଟନୀତିକ ବିଜୟ

ମିଳିତ ଜାତିସଂଘ ରିପୋର୍ଟରେ ଜମ୍ମୁ-କଶ୍ମୀରର ପହଲଗାମର ବୈସାରନ ଭ୍ୟାଲିରେ ନରସଂହାର କରିଥିବା ଲସ୍କରର ଚ୍ଛାୟା ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫର ନାଁ। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ୧୨୬୭ କଟକଣା କମିଟି ଅଧୀନରେ ପ୍ରସ୍ତୁତ ମନିଟରିଂ ଟିମର ରିପୋର୍ଟରେ ଟିଆରଏଫର ନାଁ ରହିଛି। ରିପୋର୍ଟରେ ସ୍ପଷ୍ଟ ଭାବେ ଟିଆରଏଫ ଏପ୍ରିଲ ୨୨ ପହଲଗାମ ହମଲାରେ ସାମିଲ ଥିବା କଥା ଉଲ୍ଲେଖ ରହିଛି।

ଦକ୍ଷିଣ ଏସିଆ ସେକ୍ସନ ଅଧୀନର ପ୍ରଥମ ଭାଗରେ ଟିଆରଏଫ ଓ ପହଲଗାମ ଆତଙ୍କୀ ହମଲା କଥା କୁହାଯାଇଛି। ସରକାରୀ ସୂତ୍ରରେ କୁହାଯାଇଛି ଯେ ଟିଆରଏଫ ଓ ଲସ୍କର ଏବଂ ପାକିସ୍ତାନ ସମର୍ଥନ ନେଇ ଭାରତ ଯାହା କହି ଆସୁଥିଲା, ଉକ୍ତ ରିପୋର୍ଟରେ ଏହାର ପ୍ରତିଫଳନ। ୨୦୧୯ ପରେ ମିଳିତ ଜାତିସଂଘର କୌଣସି ରିପୋର୍ଟରେ ଲସ୍କର-ଇ-ତାଏବା ସମ୍ପର୍କରେ ବି ଉଲ୍ଲେଖ କରାଯାଇଛି।

ସରକାରୀ ସୂତ୍ରରେ କୁହାଯାଇଛି ଯେ “ମନିଟରିଂ ରିପୋର୍ଟରେ ଟିଆରଏଫର ନାଁରୁ ପୂରା ବିଶ୍ୱ ପାକିସ୍ତାନର ମିଛ ଓ ଅପ୍ରଚାରକୁ କେମିତି ଦେଖୁଛି, ତା’ହା ସ୍ପଷ୍ଟ ହୋଇଛି। ପାକିସ୍ତାନ ଟିଆରଏଫରୁ ଓକିଲତାତି କରୁଥିଲା। ଏବେ ରିପୋର୍ଟରେ ଟିଆରଏଫକୁ ଲସ୍କରର ଚ୍ଛାୟା ସଂଗଠନ ଭାବେ ବିଶ୍ୱ ବିବେଚନା କରିବା ଆରମ୍ଭ କରିଛି।”

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score