Explore

Search

January 19, 2025 9:13 pm

Genres

ପୁରୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ପ୍ରବାସୀ ଭାରତୀୟ ସମ୍ମିଳନୀର କରୁଛନ୍ତି ସମୀକ୍ଷା

pravasi bharatiya divas 2025

ପୁରୀରେ ପହଞ୍ଚିଛନ୍ତି  କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଶ୍ରୀଜିଉଙ୍କ ଦର୍ଶନ ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା କଲେ ଜୟଶଙ୍କର । ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବହୁତ ବଡ଼ ସୌଭାଗ୍ୟର ଦିନ । ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡ଼ିଶା ସରକାର ଭଲ ପ୍ରସ୍ତୁତି କରିଛନ୍ତି । ଓଡ଼ିଶା ମାନଚିତ୍ରକୁ ସାରା ଦୁନିଆରେ ସ୍ଥାନିତ କରିବୁ । ସୋମବାର ରାମଚଣ୍ଡୀ ମୁହାଣ ନିକଟ ଇକୋ ରିଟ୍ରିଟ୍‌ରେ ରାତ୍ରିଯାପନ କରିବା ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ ।

ଆସନ୍ତା ୮ରୁ ୧୦ ତାରିଖ ଯାଏଁ ରାଜଧାନୀରେ ପ୍ରବାସୀଙ୍କ ପାଇଁ ମହା ଆୟୋଜନ ହେବାକୁଯାଉଛି । ଭୁବନେଶ୍ବର ଜନତା ମଇଦାନରେ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଏଥିପାଇଁ ଓଡ଼ିଶାରେ ପହଞ୍ଚିବାକୁ ଲାଗିଲେଣି ପ୍ରବାସୀ ଭାରତୀୟମାନେ । ଏହି ସମ୍ମିଳନୀରେ ଯୋଗ ଦେବାକୁ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ସେହିଭଳି  ୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯ ତାରିଖରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ୧୦ ତାରିଖରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେପଟେ ପ୍ରବାସୀ ଭାରତୀୟଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ହୋଇଛି ବ୍ୟାପକ ଆୟୋଜନ । ୩୧ଟି ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବେ ପ୍ରବାସୀ ଭାରତୀୟ । ସେମାନଙ୍କୁ ପର୍ଯ୍ୟଟନସ୍ଥଳୀ ବିଷୟରେ ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭାଷାର ବୁଝାଇବାକୁ ନିୟୋଜିତ ହୋଇଛନ୍ତି ଗାଇଡ୍‌ । ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟଙ୍କ ପାଇଁ ହୋଇଛି ହୋମ୍ ଷ୍ଟେ’ ବ୍ୟବସ୍ଥା । ଓଡ଼ିଆଙ୍କ ଘରେ ରହିବେ ଅତିଥି । ଏଥିପାଇଁ ୨୮୦ ରେଜିଷ୍ଟ୍ରେସନ ହୋଇଛି । ହୋମ୍ ଷ୍ଟେ’ ପାଇଁ ଯେଉଁମାନେ ରେଜିଷ୍ଟ୍ରେସନ କହିଛନ୍ତି ସେହି ଘର ମାଲିକ ଓ ପ୍ରବାସୀଙ୍କ ମଧ୍ୟରେ ମିଡିଲ ମ୍ୟାନ୍‌ ଭାବେ କାମ କରିବ ପର୍ଯ୍ୟଟନ ବିଭାଗ । ପରିବାର ଭିତରେ ରହୁଥିବାରୁ ଅତିଥିମାନେ ଶତ ପ୍ରତିଶତ ସୁରକ୍ଷିତ ରହିବେ । ପ୍ରବାସୀଙ୍କ ପାଇଁ ଭୁବନେଶ୍ବର ଓ ପୁରୀରେ ବିଭିନ୍ନ ପ୍ରକାର ସାଂସ୍କୃତି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ପ୍ରବାସୀ ଭାରତୀୟ ସମ୍ମିଳନୀ ଅବସରରେ ଓଡ଼ିଶା ଲଳିତକଳା ଏକାଡେମୀ ପରିସରରେ ଖୋଲିଛି ଆର୍ଟ ଗ୍ୟାଲେରି । ନ୍ୟାସନାଲ ଗ୍ୟାଲେରୀ ଅଫ୍‌ ମର୍ଡନ ଆର୍ଟ ଏବଂ ଲଳିତ କଳା ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ହୋଇଛି ଆର୍ଟ ଗ୍ୟାଲେରୀ । ଏଥିରେ ଦେଶର ସୁନାମଧନ୍ୟ ଚିତ୍ରକରଙ୍କ ଚିତ୍ରକଳା ପ୍ରଦର୍ଶନ ହୋଇଛି ।

ପ୍ରବାସୀ ଭାରତୀୟଙ୍କ ରହଣି ସ୍ଥାନ, ଟ୍ରାଫିକ୍‌ ପରିଚାଳନା, କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଉପଯୁକ୍ତ ଯୋଜନା ଓ କୌଶଳ ଆଦି ସମ୍ପର୍କରେ ନଜର ରଖିବାକୁ ଭୁବନେଶ୍ବରରେ ଖୋଲିଛି ପିବିଡି ସେଣ୍ଟ୍ରାଲ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର । ଏହାକୁ ଶୃଙ୍ଖଳିତ ତଥା ସୁଚାରୁରୂପେ ଆୟୋଜନ ଓ ପରିଚାଳନା ପାଇଁ ବ୍ୟବସ୍ଥା କରାଯାଇଛି । ଯେକୌଣସି ସହାୟତା ପାଇଁ ପ୍ରବାସୀମାନେ ୧୯୨୯କୁ ଫୋନ୍‌ କରିପାରିବେ । ସେଣ୍ଟ୍ରାଲ କମାଣ୍ଡ କଣ୍ଟ୍ରୋଲ ସେଣ୍ଟରରେ ସ୍ବାସ୍ଥ୍ୟ, ପର୍ଯ୍ୟଟନ, ବିଏସଏନଏଲ୍‌, ପୋଲିସ, ଫାୟାର ସର୍ଭିସ୍‌, ପରିବହନ, ବିଏମସି, ବିଡିଏର ଅଧିକାରୀ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ମନିଟରିଂ କରିବେ । 

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score