Explore

Search

February 15, 2025 2:31 am

Genres

ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଯୋଡ଼ିବ ଜେଡ୍‌ ମୋଡ ସୁଡ଼ଙ୍ଗ, ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

PM Modi inaugurates Z-Morh tunnel in J&K

ଜାମ୍ମୁ ଓ କାଶ୍ମୀର: ଉପତ୍ୟକା ରାଜ୍ଯରେ ଗମନାଗମନ ହେବ ସୁଗମ l ବହୁ ପ୍ରତୀକ୍ଷିତ ଜେଡ୍ ମୋଡ ସୁଡ଼ଙ୍ଗର ଆଜି ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନା ଅନୁଯାୟୀ ଶୁଟକଡି ନାମକ ସ୍ଥାନରେ ପ୍ରଧାନମନ୍ତ୍ରୀ ଜେଡ୍‌ ମୋଡ  ସୁଡ଼ଙ୍ଗର ଉଦ୍‌ଘାଟନ କରିବେ । ଏହି ଅବସରରେ ଜାମ୍ମୁକାଶ୍ମୀର ରାଜ୍ୟର ଉପ-ରାଜ୍ୟପାଳ  ମନୋଜ ଶିହ୍ନା, ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ମଧ୍ୟ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉକ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜେଡ୍‌ ମୋଡ ସୁଡ଼ଙ୍ଗକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜେଡ ମୋଡ ସୁଡ଼ଙ୍ଗ ଜାମ୍ମୁ କାଶ୍ମୀର  ଏବଂ ଲଦାଖ  ପାଇଁ  ରାଜନୈତିକ ଏବଂ ଆର୍ଥିକ ଦୃଷ୍ଟିରୁ ମହତ୍ବପୂର୍ଣ୍ଣ ଅଟେ।

ଜେଡ୍‌ ମୋଡ  ସୁଡ଼ଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଶନିବାର ଦିନ ସୋସିଆଲ ମିଡିଆରେ  ଏକ ପୋଷ୍ଟ କରିଥିଲେ । ପୋଷ୍ଟରେ ମୋଦି ଳେଖିଥିଲେ  “ମୁ ଏହି ସୁଡ଼ଙ୍ଗର ଉଦଘାଟନ ପାଇଁ ଜାମ୍ମୁ ଏବଂ କାଶ୍ମୀରର ସୋନମାର୍ଗ ଗସ୍ତ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛି । ଏହାକୁ ଜେଡ  ମୋଡ ସୁଡ଼ଙ୍ଗ କହିବାର କାରଣ ଏହା ଦେଖିବାକୁ ପୁରା ଇଂରାଜୀ ଅକ୍ଷରର ଜେଡ୍‌ ଆକାରର । ଏହି ସୁଡ଼ଙ୍ଗ ନିର୍ମାଣ ପରେ ୧୨  କିଲୋମିଟର ଦୂରତା  କମି ଯାଇ ୬.୫  କିଲୋମିଟର ସୀମିତ ହୋଇଛି । ଆଉ ଏହି ଦୂରତାକୁ ପୁରା କରିବା ପାଇଁ ମାତ୍ର ୧୫ ମିନିଟ୍‌ର  ସମୟ  ଲାଗିବ । ସୁଡ଼ଙ୍ଗ ଖୋଲିଲେ ଶୀତ ଦିନେ ଯାତାୟତ କରିବା ସମୟରେ ତୁଷାରପାତ ଯୋଗୁଁ ଘଣ୍ଟା ଘଣ୍ଟା ଆଉ ହାଇୱେରେ ଅଟକି ରହିବାକୁ ପଡିବ ନାହିଁ ।

ଜେଡ୍‌ ମୋଡ ସୁଡ଼ଙ୍ଗ ବିଭିନ୍ନ କାରଣରୁ ସ୍ବତନ୍ତ୍ର । ଏହି ସୁଡ଼ଙ୍ଗରେ ଗାଡିଗୁଡିକ ୮୦ କିଲୋମିଟର ବେଗରେ ପ୍ରତି ଘଣ୍ଟାକୁ ଚାଲିବ । ସେହି ପରି ଏହି ସୁଡ଼ଙ୍ଗରେ ୧୦୦୦ ଯାନବାହାନ ଚଳପ୍ରଚଳ କରିବାର କ୍ଷମତା ରଖୁଛି l ଜାମ୍ମୁ  କାଶ୍ମୀରର  ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏହି ସୁଡ଼ଙ୍ଗର ମଧ୍ୟ ପ୍ରଶଂସା କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score