ବୃଦ୍ଧି ପାଇଛି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା l ୨% ଡିଏ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି l ଫଳରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୩%ରୁ ୫୫%କୁ ବୃଦ୍ଧି l ଏହାକୁ ନେଇ ବିଧିବଦ୍ଧ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ l ଯାହା ୨୦୨୫ ଜାନୁଆରୀ ୧ରୁ ପିଛିଲା ଭାବେ ଲାଗୁ ହେବ l ଏପ୍ରିଲ ମାସରୁ ବର୍ଦ୍ଧିତ ଦରମା ଆସିବା ସହ ଉପକୃତ ହେବେ କୋଟିଏରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ପେନ୍ସନଭୋଗୀ l ଗତ ଜୁଲାଇରେ ୩% ବଢ଼ାଇଥିଲେ କେନ୍ଦ୍ର ସରକାର l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
Post Views: 53