Explore

Search

November 19, 2025 1:53 am

ସର୍ବକନିଷ୍ଠ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଜୟ ଶାହ

Jay Shah

ବିସିସିଆଇ ସମ୍ପାଦକ ଜୟ ଶାହ ଆଇସିସିର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଜୟ ଶାହଙ୍କ ବିପକ୍ଷରେ ଆଉ କେହି ପ୍ରାର୍ଥୀ ନଥିବାରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇ ଏବେ ଚର୍ଚ୍ଚାରେ ଶାହ। ମଙ୍ଗଳବାର ଆଇସିସି ପରିଚାଳନା କମିଟି ବୈଠକରେ ସେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ। ସେ ଡିସେମ୍ବର ୧ ତାରିଖରୁ ଦାୟିତ୍ଵ ଗ୍ରହଣ କରିବେ।

ତେବେ ସୂଚନା ଥାଉକି ଏହି ପଦ ପାଇଁ ଜୟ ଶାହଙ୍କ ବ୍ୟତୀତ ଆଉ କେହି ବି ନାମାଙ୍କନ ଦାଖଲ କରି ନାହାନ୍ତି। ତେଣୁ ଅଧ୍ଯକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭବେ ନିର୍ବାଚିତ ହୋଇଛନ୍ତି ଜୟ ଶାହ। ଜୟ ଶାହ ଆଇସିସିର ବର୍ତ୍ତମାନର ଅଧ୍ୟକ୍ଷ ଥିବା ଗ୍ରେଗ୍ ବାର୍କଲେଙ୍କ ଠାରୁ ଦାୟିତ୍ଵ ନେବେ୩୦ ନଭେମ୍ବରରେ ବାର୍କଲେଙ୍କ କାର୍ଯ୍ୟକାଳ ଶେଷ ହେଉଛି।

ପୂର୍ବରୁ ଅଧ୍ଯକ୍ଷ ଥ‌ିବା ଗ୍ରେଗ୍ ବାର୍ସଲେ ତୃତୀୟ ଥର କାର୍ଯ୍ୟକାଳ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିବାପରେ ନୂଆ ଅଧ୍ଯକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ଆଇସିସି। ଏପରିକି ଆଇସିସିର ମୁଖ୍ୟ ପଦରେ ବସିବାରେ ଜୟ (୩୫ ବର୍ଷ) ହେଉଛନ୍ତି ସର୍ବକନିଷ୍ଠ ଏବଂ ଆଇସିସିର ଅଧ୍ଯକ୍ଷ ଭାବେ ନିର୍ବାଚିତ ହୋଇଥିବା ସେ ୫ମ ଭାରତୀୟ ।ଏହି ସଫଳତା ପାଇଁ ତାଙ୍କୁ ଦେଶର କୋଣାନୁକୋଣରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score