ପ୍ରବାସୀ ଭାରତୀୟ ଦିବସ ପାଖେଇ ଆସୁଛି l ସଜେଇ ହେଲାଣି ଭୁବନେଶ୍ବର l ଏହି ଅବସରରେ ଆସନ୍ତା ୬ ତାରିଖରେ ରାଜ୍ଯରେ ପ୍ରଥମ ଥର ଡବଲ ଡେକର ବସର ଲୋକାର୍ପଣ ହେବ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ରାସ୍ତା କାମ, ସଫେଇ ଓ ସାଜସଜ୍ଜା କାମ ନେଇଥିବା ଅଧିକାରୀ ଓ ଏହି ଦାୟିତ୍ବରେ ଥିବା ବିଭାଗୀୟ ସରକାରୀ ଅଧିକାରୀଙ୍କ ସହ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । ତୁରନ୍ତ ହମ୍ପସ, ଖାଲ ସ୍ଥାନ, ଅସଜଡା ଜାଗାକୁ ସଜାଡ଼ିବା ଉପରେ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।
ସହରକୁ ସଫା ସହିତ ଏୟାରପୋର୍ଟରୁ ପ୍ରଦର୍ଶନୀ ପଡିଆ ସମେତ ନନ୍ଦନକାନନ ଏବଂ ରାଜଧାନୀର କିଛି ଅଞ୍ଚଳ ବୁଲିଲେ ବିଭାଗୀୟ ମନ୍ତ୍ରୀ । ପ୍ରବାସୀ ଖାଇବେ ପାରମ୍ପରିକ ଓଡ଼ିଆ ଖାଦ୍ୟ । ଦେଶୀ ଖାଦ୍ୟର ମଜା ନେବେ ପ୍ରବାସୀ । ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ସହ ହେବ ଫୁଡ୍ ଫେଷ୍ଟ ଭଳି ସିଟି ଆକ୍ଟିଭିଟି କାର୍ଯ୍ୟକ୍ରମ। ନିଜର ପରିପାର୍ଶ୍ଵକୁ ସଫା କରିବା ଲାଗି ରାଜଧାନୀରେ ଥିବା କର୍ପୋରେଟ ସମେତ ବିଭିନ୍ନ ଅଫିସ ଓ ବ୍ୟବସାୟୀଙ୍କ ଅନୁରୋଧ କଲେ ନଗର ଉନ୍ନୟନ ମନ୍ତ୍ରୀ । ୫ଟି ଡବଲ ଡେକର ବସ ଆସି ପହଁଞ୍ଚିବା ପରେ ୬ରୁ ଚାଲିବ ବସ ।
![vandeutkal](https://vandeutkal.com/wp-content/uploads/2024/07/imresizer-1721044359751_uwp_avatar_thumb.jpg)
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |