ଭୁବନେଶ୍ବର: ରାଜଧାନୀର ବକ୍ଷରେ ଛିଡା ହୋଇଥିବା ଧଉଳି ଯାହା କଳିଙ୍ଗର ବୀରତ୍ୱ ଓ ସାହସିକତାର ପ୍ରତୀକ l ଆଜି ଏହା ବାଉନ ବର୍ଷରେ ପଦାର୍ପଣ କରିଛି l ଠିକ୍ ୫୨ ବର୍ଷ ତଳେ ଜାପାନ ସରକାରଙ୍କ ପ୍ରଚେଷ୍ଟାରେ ଶାନ୍ତିସ୍ତୂପ ପ୍ରତିଷ୍ଠା ହୋଇଥିଲା l ଯାହା ଆଜି ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବା ସହିତ ବିଶ୍ୱରେ ଶାନ୍ତିର ପ୍ରତୀକ ସାଜିଛି ଧଉଳିଗିରି l
ଏହି ଅବସରରେ ଶାନ୍ତିସ୍ତୂପ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଯୋଗଦେଇ “ଖ୍ରୀଷ୍ଟପୂର୍ବ ୨୬୧ରେ ଘଟିଥିବା କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକ ଆପଣାଇଥିବାଙ୍କ ଶାନ୍ତି ବ୍ରତ ବିଷୟରେ ସ୍ମୃତି ଚାରଣ କରିବା ସହିତ ସମଗ୍ର ଦେଶରେ ଓଡିଶାରେ ଯେପରି ବୌଦ୍ଧଧର୍ମର ପ୍ରଚାର ପ୍ରସାର ରହିଛି ତାହା ଅନ୍ୟ କୌଣସି ରାଜ୍ଯରେ ଦେଖିବାକୁ ମିଳେ ନାହିଁ l ଏଥି ସହିତ ଆଗାମୀ ଦିନରେ ଶାନ୍ତିସ୍ତୂପ ଧଉଳିର ବ୍ୟାପକ ଉନ୍ନତୀକରଣ କରାଯିବ” ବୋଲି ମୁଖ୍ଯମନ୍ତ୍ରୀ ବ୍ୟକ୍ତ କରିଥିଲେ l ଏଥି ସହିତ ବିଶିଷ୍ଟ ବୌଦ୍ଧ ସନ୍ନ୍ୟାସୀ ଟି. ଓକଙ୍ଗୀ ମୁଖ୍ଯମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଅନ୍ୟନ୍ୟ ସମ୍ମାନିତ ଅତିଥି ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |