ପିପିଲି/ପୁରୀ: ଚଳଚଞ୍ଚଳ ହେବ ପିପିଲି l ସଶକ୍ତ ହେବେ ଚାନ୍ଦୁଆ କାରିଗର ଓ ଏହା ଉପରେ ନିର୍ଭରଶୀଳ ସ୍ଵୟଂ ସହାୟକ ଗୋଷ୍ଠୀ l କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସହାୟତାରେ ପିପିଲି ଟୋଲ ଗେଟ୍ ନିକଟରେ ପ୍ରାୟ ୫୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଯାଉଛି ମେଗା ଟୁରିଷ୍ଟ ହବ୍ l ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା ପରେ ତତ୍ପର ହୋଇପଡ଼ିଛି ଓଡିଶା ପର୍ଯ୍ୟଟନ ବିଭାଗ l ଏହି ଅବସରରେ ପର୍ଯ୍ୟଟନ ସଚିବ ଶ୍ରୀ ବଳବନ୍ତ ସିଂ ପିପିଲି ପରିଦର୍ଶନରେ ଯିବା ସହିତ ସ୍ଥାନୀୟ ଭିତ୍ତିଭୂମି ଓ ମଡେଲ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି l ଯାହାର ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ l ସୂଚନାଯୋଗ୍ୟ ଯେ ପୁରୀ, କୋଣାର୍କ ଓ ସାତପଡାକୁ ସଂଯୋଗ କରୁଥିବା ପିପିଲି ଓ ପିପିଲି ଟୋଲଗେଟ, ଯେଉଁଠାକୁ ପ୍ରତ୍ୟହ ଯାତ୍ରୀ ଯାତାୟତ କରୁଛନ୍ତି ସେଠାରେ ଏହି ହବ୍ ନିର୍ମାଣ ହେଲେ ଚାନ୍ଦୁଆ କାରିଗରଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ l ଯାହା ଫଳରେ ଦେଶ ତଥା ବିଦେଶରୁ ଆସୁଥିବା ପର୍ଯ୍ୟଟକ ମଧ୍ଯ ପିପିଲି ଚାନ୍ଦୁଆ, ଓଡ଼ିଶାର ଖାଦ୍ୟ ଏବଂ ଅନ୍ୟନ୍ୟ ହସ୍ତକଳାର ପ୍ରଚାର ପ୍ରସାର ହେବା ସହିତ ଏହାର ବଜାର ଅଭିବୃଦ୍ଧି ମଧ୍ଯ ହେବ l
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |