Explore

Search

March 28, 2025 8:28 pm

Genres

୧ ଲକ୍ଷ ‘ଲକ୍ଷପତି ଦିଦି’ଙ୍କୁ ସମ୍ବର୍ଦ୍ଧନା: ସୃଷ୍ଟି ହେବ ଆହୁରି ୧୬ ଲକ୍ଷ ଲକ୍ଷପତି ଦିଦି

Lakhpati Didi

ମହିଳା ସଶକ୍ତି କରଣକୁ ନେଇ ଆସିଛି ବଡ ଖବର। ରାଜ୍ୟରେ ରବିବାର ସମ୍ବନ୍ଧିତ ହୋଇଛନ୍ତି ୧ ଲକ୍ଷ ‘ଲକ୍ଷପତି ଦିଦି’ପ୍ରତି ବ୍ଲକରେ ସମ୍ବଦ୍ଧନା କାର୍ଯ୍ୟକ୍ରମରେ ଏକ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି। ଏବଂ ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ୧୬ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି

କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡ଼ିଶା ସରକାର ଏହି ଉଦ୍ୟୋଗୀ ମା’ ମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେଇଛନ୍ତି। ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତା, କ୍ଷମତା ଦକ୍ଷତାବୃଦ୍ଧି ପ୍ରଶିକ୍ଷଣ, ଆର୍ଥିକ ସହାୟତା, ବଜାର ସଂଯୋଗୀକରଣ ମାଧ୍ୟମରେ ମହିଳାମାନଙ୍କ ଜୀବନ ଜୀବିକା କାର୍ଯ୍ୟକଳାପର ସଫଳତାରେ ବୃଦ୍ଧି ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି। ‘ଲକ୍ଷପତି ଦିଦି’ ମାନଙ୍କର ଏହି ସଫଳତା ଓଡ଼ିଶା ତଥା ସାରା ଦେଶରେ ମହିଳାମାନଙ୍କ ସାମାଜିକ ତଥା ଅର୍ଥନୈତିକ ବିକାଶ ଓ ସଶକ୍ତିକରଣକୁ ତ୍ବରାନ୍ବିତ କରିବାରେ ସହାୟକ ହୋଇପାରିଛି।

ତେବେ ସୂଚନା ଥାଉ କି ଦେଶର ସାମାଜିକ ଅର୍ଥନୈତିକ ଢାଞ୍ଚାରେ ନାରୀ ଶକ୍ତିର ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେଇ ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହତ୍ତ୍ୱାକାଂକ୍ଷୀ “ଲକ୍ଷପତି ଦିଦି” ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଉଦ୍ୟୋଗିତା, ଦକ୍ଷତା ବୃଦ୍ଧି ଏବଂ ଅତ୍ୟାବଶ୍ୟକ ସମ୍ବଳର ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଇ ଗ୍ରାମାଞ୍ଚଳର ମହିଳାମାନଙ୍କର ଲୁକ୍କାୟିତ ଦକ୍ଷତାକୁ ଲୋକଲୋଚନକୁ ଆଣି ବାର୍ଷିକ ଆୟ ୧ ଲକ୍ଷ ଟଙ୍କା ବା ତଦୁର୍ଦ୍ଧ କରିବା ହେଉଛି ଏହି ପଦକ୍ଷେପର ମୂଳ ଲକ୍ଷ୍ୟ।

ଏହି ଯୋଜନା ପାଇଁ ୨୫ଶହ କୋଟିର ଅର୍ଥରାଶିର ମଞ୍ଜୁର କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ। ଏଥିସହ ଆଗମୀ ଦିନରେ ଏହି ଯୋଜନା ମାଧ୍ୟମରେ ସ୍ଵଂୟ ସହାୟକ ଗ୍ରୁପର ୪୮ ଲକ୍ଷ ସଦସ୍ୟ ଉପକୃତ ହେବେ ବୋଲି ଲକ୍ଷ ରଖାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score