Explore

Search

February 15, 2025 9:19 am

Genres

ସୁଭଦ୍ରାରେ ଯୋଡିହେବ “ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ” : ପ୍ରଭାତୀ ପରିଡ଼ା

subhdra Yojana odisha

ଆର୍ଥିକ ସହାୟତା ବ୍ୟତୀତ ମହିଳାଙ୍କୁ ଏଣିକି ଋଣଦେବ ସୁଭଦ୍ରା । ଏବେ କେବଳ ପାଞ୍ଚ ହଜାର ନୁହେଁ ଋଣ ନେଇ ବ୍ୟବସାୟ ଆରମ୍ଭ କରିପାରିବେ ମହିଳା l ଉତ୍କର୍ଷ ଓଡିଶା ସମ୍ମିଳନୀରେ ଅୟୋଜିତ “ସୁଭଦ୍ରାରୁ ମୁଦ୍ରା” କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରାକୁ ନେଇ ଆଉ ତିନୋଟି ପଦକ୍ଷେପ ଆସୁଛି ବୋଲି ଘେଷଣା କରିଛନ୍ତି ।
ସୁଭଦ୍ରାକୁ ନେଇ ରାଜ୍ୟ ସରକାରଙ୍କ ୩ଟି ପଦକ୍ଷେପ ନେଉଛନ୍ତି ଯାହା ହେଉଛି “ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ” । ଏହି ୩ଟି ମାଧ୍ୟମ ମହିଳାମାନଙ୍କ ପାଇଁ ବେଶ୍ ସହାୟକ ହୋଇପାରିବ । ଶୁଣ ସୁଭଦ୍ରାରେ କିଛି ସନ୍ଦେହଥିଲେ ମହିଳାମାନେ ବିଭାଗକୁ ପଚାରି ପାରିବେ ଏବଂ ଯୋଗାଯୋଗ କରିପାରିବେ । କୁହ ସୁଭଦ୍ରାରେ ବିଭାଗ ହିତାଧିକାରୀଙ୍କୁ କଲ କରି ସୁବିଧା ଅସୁବିଧା ପଚାରି ବୁଝିବ । ସୁଭଦ୍ରା ସେତୁ ଦ୍ୱାରା ୨୧ ବର୍ଷ ହେବାକୁ ଥିବା ହିତାଧିକାରୀଙ୍କୁ ଯୋଡ଼ାଯାଇ ପାରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ବିଭିନ୍ନ ମୁଦ୍ରାରେ ସୁଭଦ୍ରା ହିତାଧିକାରୀଙ୍କୁ ଦେଖିବାକୁ ମିଳିବ । ଏହା ମାଧ୍ୟମରେ ଉଦ୍ୟୋଗୀ ହେବା ସହ ନିଜର ଷ୍ଟାର୍ଟଅପ୍ ମଧ୍ୟ ଆରମ୍ଭ କରିପାରିବେ । ଏଥି ପାଇଁ ମହିଳାଙ୍କ ବିଜିନେସ ମଡେଲ ,ମାର୍କେଟିଂ ଲିଂକେଜ ବିଷୟରେ ହିତାଧିକାରୀଙ୍କୁ ତାଲିମ ଦେବ ଆଇ.ଆଇ.ଏମ. । ୱାର୍ଲଡ ସ୍କିଲ୍ ସହ ଦୁଇଗୋଟି ସ୍ୱାକ୍ଷର ହୋଇଥିବା କହିଛନ୍ତି ପ୍ରଭାତୀ ପରିଡା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score