ଆସିଯାଇଛି ସରକାରଙ୍କ ବଡ ନିଷ୍ପତି। ସରକାରଙ୍କ ନିର୍ଦ୍ଧେଶକ୍ରମେ ବଦଳି ହୋଇଛନ୍ତି ୧୯ ଜିଲ୍ଲାର ଜିଲ୍ଲାପାଳ। ତେବେ ଆସନ୍ତୁ ଜାଣିବା କିଏ ହେଲେ କେଉଁ ଜିଲ୍ଲାର ଜିଲ୍ଲାପାଳ ଏବଂ କାହାକୁ ମିଳିଲା କେଉଁ ଦାଇତ୍ୱ ।
ଯାଜପୁର ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କୁ ବଦଳି କରାଯାଇ ତାଙ୍କୁ ଓଡ଼ିଶା ମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ପି. ଅନ୍ବେଷା ରେଡ୍ଡି ଙ୍କୁ ଯାଜପୁର ଜିଲ୍ଲାପାଳ ଦାଇତ୍ୱ ଦିଆଯାଇଛି । ବରିଷ୍ଠ ଆଇଏଏସ୍ ବିଜୟକେତନ ଉପାଧ୍ୟାୟଙ୍କୁ ଓଡ଼ିଶା ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏହି ଦାୟିତ୍ୱରେ ଥିବା ଦିଲ୍ଲୀପ ରାଉତରାୟଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କୁ ଓସ୍ଡମାର ନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି କରାଯାଇଛି ଏବଂ ଶୁଭଙ୍କର ମହାପାତ୍ରଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ସିଏମ୍ସି କମିସନର ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ ଦାୟିତ୍ୱ ମିଳିଛି । ସେଠାରେ ଥିବା ସ୍ମୃତିରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।
ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଥିବାଡା. ଶୁଭଙ୍କର ମହାପାତ୍ରଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ସେହିଭଳି ବିଜୟ କୁମାର ଦାଶ ଗଜପତି, ପାରୁଲ ପତୱାରୀ ରାୟଗଡ଼ାଅମୃତ ଋତୁରାଜ କନ୍ଧମାଳ, ସିଦ୍ଦେଶ୍ବର ବଳିରାମ ବୋନ୍ଦାରଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ସେହିଭଳି ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କଟକ, ପାୱାର ସଚିନ ପ୍ରକାଶ କଳାହାଣ୍ଡି, ଅକ୍ଷୟ ସୁନିଲ ଅଗ୍ରୱାଲ ନୟାଗଡ଼, ମନୋଜ ସତ୍ୟବାନ ମହାଜନ ସୁନ୍ଦରଗଡ଼, କବୀନ୍ଦ୍ର କୁମାର ସାହୁ ଦେବଗଡ଼, ମଧୁସୂଦନ ଦାଶ ନୂଆପଡ଼ା, ସୁବ୍ରତ କୁମାର ପଣ୍ଡା ବୌଦ୍ଧସୂର୍ଯ୍ୟବଂଶୀ ମୟୂର ବିକାଶ ବାଲେଶ୍ବର ଜିଲ୍ଲାପାଳ ଭାବେ ଦାଇତ୍ୱ ଦିଆଯାଇଛି ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |