Explore

Search

November 17, 2025 4:46 pm

ଶିଶୁ ଦିବସ ଅବସରରେ ପିଲାଙ୍କ ପାଇଁ ନୂତନ ସ୍ୱାସ୍ଥ୍ୟସେବା ଯୋଜନା ଘୋଷଣା କଲେ ନୀତା ଅମ୍ବାନୀ

Childrens Day

ମୁମ୍ବାଇ: ସାର ଏଚ.ଏନ ରିଲାଏନ୍ସ ଫାଉଣ୍ଡେସନର ଦଶ ବର୍ଷ ପୂର୍ତ୍ତି ଓ ଶିଶୁ ଦିବସ ଉପଲକ୍ଷେ ଗୁରୁବାର ପିଲାମାନଙ୍କ ସହିତ ଶିଶୁ ଦିବସ ପାଳନ କରିଛନ୍ତି ରିଲାଏନ୍ସ ପ୍ରତିଷ୍ଠାତା ନୀତା ଅମ୍ବାନୀ l ଏହି ଅବସରରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ପିଲାମାନଙ୍କ ପାଇଁ ସ୍ଵତନ୍ତ୍ର ଯୋଜନା ଘୋଷଣା କରିଛନ୍ତି ନୀତା l ଅନୁଷ୍ଠାନର ୧୦ ବର୍ଷ ପାଳନ ଅବସରରେ ଫାଉଣ୍ଡେଶନ୍ ଅନେକ ନୂତନ ପଦକ୍ଷେପ ଆରମ୍ଭ କରିବାକୁ ଯାଉଛି। ଏହା ମାଧ୍ୟମରେ ସମାଜର ପଛୁଆବର୍ଗର ପ୍ରାୟ ୫୦ ହଜାର ପିଲାଙ୍କୁ ପରୀକ୍ଷା କରା‌ଯିବ ଓ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ରିଲାଏନ୍ସ ଫାଉଣ୍ଡେଶନ ବହନ କରିବ। ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ରିଲାଏନ୍ସ ଫାଉଣ୍ଡେଶନ ସର୍ବଦା ପ୍ରତିବଦ୍ଧ ବୋଲି ଅମ୍ବାନୀ କହିବା ସହ ପିଲାଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଯୋଜନା ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ବିଗତ ବର୍ଷ ମାନଙ୍କରେ ଫାଉଣ୍ଡେସନ ଦ୍ଵାରା ପରିଚାଳିତ ଡାକ୍ତରଖାନା ୨୭ ଲକ୍ଷରୁ ଅଧିକ ଭାରତୀୟଙ୍କୁ ଚିକିତ୍ସା ପ୍ରଦାନ କରିଛି l ଯାହା ପ୍ରାୟ ୧.୫ ଲକ୍ଷ ପିଲାଙ୍କ ଜୀବନ ପ୍ରଭାବିତ ହୋଇଛି। ମୁଁ ଗର୍ବିତ ଯେ ଆମ ଡାକ୍ତରଖାନା ୨ ହଜାରରୁ ଅଧିକ ପିଲାଙ୍କ ଉପରେ ଜଟିଳ ହୃଦରୋଗ ଅପରେଶନ କରିଛି ବୋଲି ମତ ପ୍ରକାଶ କରିଥିଲେ ଶ୍ରୀମତୀ ଅମ୍ବାନୀ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score