Explore

Search

May 17, 2025 2:44 am

Genres

ରାତି ଅଧରେ ପାକିସ୍ତାନର ନିଦ ହଜେଇଲା ‘ଅପରେସନ ସିନ୍ଦୂର’

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେଲା ଭାରତ । ଅଧରାତି ଅର୍ଥାତ୍‌ ରାତି ଗୋଟାଏ ବେଳକୁ ପାକିସ୍ତାନୀ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ମିସାଇଲ୍ ମାଡ଼ l ପାକିସ୍ତାନ ଅଧିକୃତ କାଶ୍ମୀର ଓ ପାକିସ୍ତାନର ୯ଟି ଟାର୍ଗେଟ ଉପରେ ଏୟାର ଷ୍ଟ୍ରାଇକ୍ ଡୋଭାଲଙ୍କ ନେତୃତ୍ବରେ ‘ଅପରେସନ ସିନ୍ଦୂର’ l ଅପରେସନରେ ବ୍ୟବହାର ହୋଇନି ମିସାଇଲ l ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ ପାଇଁ ବଛାଗଲା l ଆତଙ୍କୀଙ୍କ ଆଡ୍ଡା କି ନାହିଁ ପୁଣି କ୍ରସ୍‌ ଚେକ୍ କରାଗଲା ଆଟାକ୍ ପୂର୍ବରୁ ଫାଇନାଲ କଲ୍ ନେଲେ ଡୋଭାଲ l ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଜଣାଇଲା ଭାରତ ଏଥିସହିତ ଆମେରିକା ଏନଏସଏଙ୍କ ସହ କଥା ହେଲେ ଅଜିତ ଡୋଭାଲ ଓ ଆମେରିକା ବୈଦେଶିକ ସଚିବଙ୍କୁ ମଧ୍ୟ ଜଣାଇଲେ ଡୋଭାଲ l ଅନ୍ୟପକ୍ଷରେ ଏୟାର ଷ୍ଟ୍ରାଇକ ସଂପର୍କରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଅବଗତ ଅଛନ୍ତି l ସୁଖୋଇ ଓ ରାଫେଲରୁ ଆତଙ୍କୀ ଶିବିରରେ ଆଟାକ୍ ହୋଇଛି ଯହିଁରେ ଏୟାରଷ୍ଟ୍ରାଇକରେ ୮ ସୁଖୋଇ, ୪ ରାଫେଲ୍ ସାମିଲ୍ ହୋଇଛି l ବ୍ରହ୍ମୋସ ମିସାଇଲରେ ଆତଙ୍କୀ ଆଡ୍ଡା ଛାରଖାର ଯାହାଦ୍ୱାରା ଭାରତର ହମଲା ପରେ ପାକିସ୍ତାନରେ ହଲଚଲ ସ୍ରୁଷ୍ଟି ହୋଇଯାଇଛି l ଯାହାଦ୍ୱାରା ସୁରକ୍ଷା ପାଇଁ ଲାହୋର ଏୟାରପୋର୍ଟକୁ ଏମର୍ଜେନ୍ସୀ ଘୋଷଣା କରାଯାଇଛି l ୪୮ ଘଣ୍ଟା ଲାହୋର ଏୟାରପୋର୍ଟରୁ ବିମାନ ଉଡ଼ାଣ ବନ୍ଦ l ଆତଙ୍କୀ ଆଡ୍ଡା ଉପରେ ଭାରତର ସମସ୍ତ ୯ ଟାର୍ଗେଟ ସଫଳ ହୋଇଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score