Explore

Search

April 24, 2025 8:54 am

Genres

ରାଜ୍ୟର ପ୍ରମୁଖ ରେଳଷ୍ଟେସନ ପାଖରେ ମହାପ୍ରସାଦ କେନ୍ଦ୍ର ଖୋଲିବାର ପ୍ରସ୍ତାବ: ସମ୍ବିତ ପାତ୍ର

vandeutkal news

ନୂଆଦିଲ୍ଲୀ/ପୁରୀ: ଲୋକସଭାରେ ପୁରୀ ସାଂସଦ ସମ୍ବିତ ପାତ୍ର ରାଜ୍ୟର ପ୍ରମୁଖ ରେଳଷ୍ଟେସନରେ ମହାପ୍ରଭୁ ଜଗନ୍ନାଥଙ୍କ ଶୁଖୁଲା ପ୍ରସାଦ କେନ୍ଦ୍ର ଖୋଲିବାର ପ୍ରସ୍ତାବ ଦେଇଛନ୍ତି। ବୁଧବାର ପ୍ରଶ୍ନୋତ୍ତର କାଳରେ ସମ୍ବିତ କଟକ, ଭୁବନେଶ୍ବର, ପୁରୀ, ବାଲେଶ୍ଵର ଭଳି ପ୍ରମୁଖ ରେଳଷ୍ଟେସନରେ ଜଗନ୍ନାଥ ମନ୍ଦିର ସେବାୟତଙ୍କ ଦ୍ବାରା ପରିଚାଳିତ ମହାପ୍ରଭୁଙ୍କ ଶୁଖିଲା ପ୍ରସାଦ କେନ୍ଦ୍ର ଖୋଲିବାକୁ ସେ ରେଳ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାଦ୍ବାରା ଶ୍ରଦ୍ଧାଳୁମାନେ ସେଠାରୁ ଶୁଖିଲା ପ୍ରସାଦ ସଂଗ୍ରହ କରି ଘରକୁ ନେଇପାରିବେ ବୋଲି ଡା. ପାତ୍ର ଦର୍ଶାଇଥିଲେ।

ମନ୍ଦିର ପ୍ରଶାସନ, ଗଜପତି ମହାରାଜ, ସେବାୟତ ଏବଂ ମୁକ୍ତିମଣ୍ଡପ ସହ ଆଲୋଚନା କରି ରେଳଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ରେଳଷ୍ଟେସନରେ କିପରି ମହାପ୍ରଭୁଙ୍କ ପ୍ରସାଦ ଉପଲବ୍ଧ ହୋଇପାରିବ ସେ ଦିଗରେ ମନ୍ତ୍ରଣାଳୟ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଥିଲେ। ଉତ୍ତରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ ସାଂସଦ ପାତ୍ର ପାତ୍ର ଭଲ ପ୍ରସ୍ତାବ ଦେଇଛନ୍ତି। ଏହାର ବିସ୍ତୃତ ଆବଶ୍ୟକ। ମନ୍ଦିରର ପ୍ରସାଦ ସହ ଭକ୍ତଙ୍କ ଭାବନା ଯୋଡ଼ି ହୋଇ‌ରହିଛି। କେଉଁ ଭଳି ଭାବେ ପ୍ରସାଦ ରଖାଯିବ ଏବଂ ପରିଚାଳନା କରାଯିବ ସେହି ବିଷୟକୁ ଧ୍ଯାନରେ ରଖି କାମ ହେବା ଆବଶ୍ୟକ। ସେବାୟତ ତଥା ମନ୍ଦିର ପ୍ରଶାସନ ସହ ଆଲୋଚନା କରି ଆବଶ୍ୟକ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score