Explore

Search

November 12, 2025 2:05 am

ରାଜ୍ୟରେ ଖୁବ୍ ଶୀଘ୍ର ସମସ୍ତ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ – ମୁକେଶ ମହାଲିଙ୍ଗ

vandeutkal news

ଭଦ୍ରକ/ ଭୁବନେଶ୍ବର: ଓଡ଼ିଶାରେ ମିଳିବ ଉନ୍ନତ ସ୍ୱାସ୍ଥ୍ୟସେବା, ରୋଗୀଙ୍କୁ ମିଳିବ ଆନୁଷଙ୍ଗିକ ସୁବିଧା l ରାଜ୍ଯରେ ଖୁବ ଶୀଘ୍ର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ସହିତ ଏହାର ଶୁଭାରମ୍ଭ ଭଦ୍ରକ ଜିଲ୍ଲାରୁ ଆରମ୍ଭ ହେବ l ବିଧାନସଭା ଗୃହରେ ଚାଲିଥିବା ଶୀତ ଅଧିବେଶନରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଘୋଷଣା କରିଛନ୍ତି ଏଥି ସହିତ ମେଡିକାଲ ନିଯୁକ୍ତି ପ୍ରକ୍ରିୟାରେ ୨ଟି ସଂଶୋଧନ ହୋଇଛି ଓ ଖୁବ୍‌ଶୀଘ୍ର ୫ ହଜାର ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ହେବ ଏବଂ ୩ ହଜାର ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି ପାଇଁ ମଧ୍ୟ ବିଜ୍ଞାପନ ବାହାରିବ l

ଓଡିଶାର ନାଗରିକଙ୍କ ପାଇଁ ଏକ ବିକାଶମୂଳକ ପଦକ୍ଷେପରେ ରାଜ୍ୟ ସରକାର ମେଡିକାଲରେ ବ୍ୟାପକ ନିଯୁକ୍ତି ପାଇଁ ଓଡିଶା ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିବେ। ଓଡ଼ିଶା ବିଧାନସଭାର ଶୁଣାଣି ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହଲିଙ୍ଗ ଏହା ସୂଚନା ଦେଇଛନ୍ତି।

ଆଗାମୀ ଦିନରେ ଭଦ୍ରକ ଜିଲ୍ଲାରେ ଓଡିଶା ସରକାର ଏକ ମେଡିକାଲ କଲେଜ ଖୋଲିବାକୁ ଯୋଜନା କରୁଛନ୍ତି। ଏହି ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score