Explore

Search

February 18, 2025 7:06 pm

Genres

ରାଜସ୍ୱ ମନ୍ତ୍ରୀଙ୍କ ବଡ ଘୋଷଣା: ପାଞ୍ଚ ବର୍ଷ ପରେ ଓଡ଼ିଶାରେ କେହି ରହିବେନି ଭୂମିହୀନ ଓ ବାସହୀନ

Odia News

ରାଜ୍ୟରେ ଭୂମିହୀନ ଓ ବାସହୀନଙ୍କୁ ନେଇ ଆସିଯାଇଛି ବଡ ଘୋଷଣା। ଏନେଇ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ। ଆଗାମୀ ୫ ବର୍ଷ ପରେ ରାଜ୍ୟରେ ଆଉ ରହିବେନି କେହି ଭୂମିହୀନ ଓ ବାସହୀନ। ଭୂମିହୀନ ଓ ବାସହୀନ ଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି ଏବଂ ସମସ୍ତଙ୍କ ପାଇଁ ରହିଛି ଭିନ୍ନ ଭିନ୍ନ ବ୍ୟବସ୍ଥା। ତେବେ ପ୍ରଥମ ଶ୍ରେଣୀରେ ରହିଛନ୍ତି ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ, ସେମାନଙ୍କ ପାଇଁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବା ବ୍ୟବସ୍ଥା ରଖାଯାଇଛି। ସେହିପରି ଦ୍ଵିତୀୟ ଶ୍ରେଣୀରେ ଦୀର୍ଘ ଦିନ ଧରି ସରକାରୀ ଜମିରେ ରହିଆସୁଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏଁ ଜମି ଦିଆଯିବା ନେଇ ସୂଚନା ରହିଛି। ଏଥିସହ ସହରାଞ୍ଚଳରେ ବସ୍ତିବାସିନ୍ଦା ଓ ବାସହୀନଙ୍କୁ ଜମି ଯୋଗାଇ ଦେଉଛନ୍ତି ସରକାର। ତୃତୀୟରେ ଜଙ୍ଗଲ ଅଧିକାର ଆଇନରେ ଜଙ୍ଗଲ ଜମିକୁ ମଧ୍ୟ କିସମ ପରିବର୍ତ୍ତନ କରି ଦିଆଯାଉଛି ।ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ ।

ଆସନ୍ତା ସ୍ୱାଧୀନତା ଦିବସ (୧୫ ଅଗଷ୍ଟ) ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇ କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score