Explore

Search

March 23, 2025 2:37 am

Genres

ଯାତ୍ରୀଙ୍କୁ ନିରାପଦରେ ପହଞ୍ଚାଇବ “ଓଡିଶା ଯାତ୍ରୀ’ ଆପ୍‌”

odisha yatri app

ଏଣିକି ଆଉ ଓଲା ଓ ଉବରକୁ ଅପେକ୍ଷା କରିବାକୁ ପଡିବନି l ସହରରେ ଲୋକଙ୍କୁ କମ୍ ମୂଲ୍ୟରେ ଯାତ୍ରୀଙ୍କ ସୁରକ୍ଷା ଓ ଯାତ୍ରାକୁ ସୁଗମ କରିବାକୁ ପଦକ୍ଷେପ ନିଆଯାଇଛି ।  ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆନୁଷ୍ଠାନିକ ଭାବେ ‘ଓଡିଶା ଯାତ୍ରୀ’ ଆପର ଉଦଘାଟନ କରିଛନ୍ତି l ଏହି ଆପ୍ ରେ  ଓଡିଶାରେ ସୁରକ୍ଷିତ ଯାତ୍ରା ସହ ଭଡା ମଧ୍ୟ ବଜେଟ ସୁହାଇଲା ପରି ରହିଛି । ‘ଓଡିଶା ଯାତ୍ରୀ’- ଏକ ଅଭିନବ ମୋବିଲିଟି ଆପ୍  ଯାହା ଭୁବନେଶ୍ବର ଓ କଟକ ଲୋକଙ୍କ ଯାତାୟତକୁ ସୁରକ୍ଷିତ ସୁନ୍ଦର କରିଛି। ଏହି ଆପ୍ଲିକେସନ ଯଥା ଶୀଘ୍ର ରାଜ୍ୟବାସୀଙ୍କ ଏକ ଭରସା ଓ ବିଶ୍ବସନୀୟ ଯାତ୍ରାର ସାଥୀ ହୋଇପାରିଛି।

ଯେଉଁଥିରେ  ଯାତ୍ରୀଙ୍କ ସୁରକ୍ଷା ଓ ସୁଲଭ ମୂଲ୍ୟ ଉପରେ ଗୁରୁତ୍ବ ଦିଆଯାଇଛି। ଗମନାଗମନକୁ ସହଜ କରିବା ସହ ଲୋକଙ୍କର ଦୈନନ୍ଦିନ ଯାତ୍ରାକୁ ଆହୁରି ସୁଗମ କରିବା ଦିଗରେ ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି   ‘ଓଡିଶା ଯାତ୍ରୀ’ । ଏହା ଆପ୍ ଜରିଆରେ ଗନ୍ତବ୍ୟସ୍ଥଳ ପାଇଁ ସହଜରେ ଅଟୋ ଓ ଟ୍ୟାକ୍ସି ପାଇବା ବ୍ୟବସ୍ଥା ରହିଛି । ଯେଉଁଥିରୁ ଉଭୟ ଯାତ୍ରୀ  ଓ ଚାଳକ ବିନା କମିସନ୍ ଦ୍ଵାରା ଉପକୃତ ହୋଇଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score