Explore

Search

November 18, 2025 2:13 am

ମୋ ବସ୍ କୁ ନିୟନ୍ତ୍ରଣ କରିବ ସ୍ପିଡ୍ ଗଭର୍ଣ୍ଣର, ହ୍ରାସ ହେବ ଦ୍ରୁତ ଗତି – ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

Odia News

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ସହରାଞ୍ଚଳରେ ଚାଲୁଥିବା ମୋ ବସ୍ କୁ ନିୟନ୍ତ୍ରଣ କରିବ ସ୍ପିଡ୍ ଲିମିଟ୍ l ସହର ଭିତରେ ଏହାର ଘଣ୍ଟାପ୍ରତି ବେଗର ସ୍ପିଡ୍ ୪୦ କି.ମି ରହିବା ସହିତ ସହର ବାହାରେ ଘଣ୍ଟାପ୍ରତି ବେଗ ୫୦ କି.ମି ରହିବ l ଏଣିକି କେବଳ ଅଭିଜ୍ଞ ଚାଳକଙ୍କୁ ଡ୍ରାଇଭିଂ ଅନୁମତି ମିଳିବା ସହିତ ଆଗାମୀ ଦିନରେ ରାଜ୍ଯରେ ଚାଲୁଥିବା ସମସ୍ତ ମୋ ବସ୍ ରେ ସ୍ପିଡ୍ ଗଭର୍ଣ୍ଣର ଲାଗିବ l ତେବେ ଏହି ସ୍ପିଡ୍ ଗଭର୍ଣ୍ଣର ଲାଗିବା ଦ୍ଵାରା ଘଣ୍ଟାପ୍ରତି ୪୦ କିଲୋମିଟରରୁ ଅଧିକ ବେଗରେ ଗଲେ ବସରେ ସାଇରନ ବାଜିବ। ଏ ନେଇ ଅପରେଟରଙ୍କ ନିକଟକୁ ସୂଚନା ଯିବ। ଡ୍ରାଇଭର ବେପରୁଆ ଗାଡ଼ି ଚାଳନା କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହା ସହିତ ଡ୍ରାଇଭର ଗାଡ଼ିକୁ ଉଠିବା ପୂର୍ବରୁ ମଦ୍ୟପାନ କରିଛନ୍ତି କି ନାହିଁ ତାହା ପରୀକ୍ଷା କରାଯିବ।

୨୦୧୮ରୁ ଚାଲୁଥିବା ଏହି ମୋ ବସ୍ ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଉଥିବା ବେଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଟୁଥିବା ସଡକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score