Explore

Search

February 15, 2025 2:31 am

Genres

ମିଶିପାରନ୍ତି ହଲଦୀରାମ୍‌ ଓ ପେପସିକୋ , ହୋଇପାରେ ସବୁଠୁ ବଡ଼ ଡିଲ

haldiram and pepsico merger

ଦେଶରେ ଲୋକଙ୍କ ପ୍ରଥମ ପସନ୍ଦ ଓ ସବୁଠୁ ପୁରୁଣା ସ୍ନାକ୍ସ କମ୍ପାନୀ ହଲଦୀରାମ୍‌ରେ ଶେୟାର କିଣିବା ପାଇଁ ଏବେ ରେସରେ ଅଛନ୍ତି ବିଦେଶୀ କମ୍ପାନୀ। ନିକଟରେ ସିଙ୍ଗାପୁରର ଗ୍ଲୋବାଲ ଇନଭେଷ୍ଟମେଣ୍ଟ କମ୍ପାନି ଟେମାସେକ ହଲଦୀରାମରେ ମାଇନରିଟି ଷ୍ଟେକ କିଣିବା ପାଇଁ ଟର୍ମ ପେପର ହସ୍ତାକ୍ଷର କରିଥିବାବେଳେ ଏବେ ପୋପସିକୋର ନାଁ ମଧ୍ୟ ସାମ୍‌ନାକୁ ଆସିଛି। ପେପସିକୋ ମଧ୍ୟ ହଲଦୀରାମ ସହ ଟର୍ମ ପେପରେ ହସ୍ତାକ୍ଷର କରିଛି। ଏମିତିରେ ଯଦି ହଲଦୀରାମ ଏବଂ ପେପସିକୋ ମଧ୍ୟରେ ସହମତି ହେଉଛି ତେବେ ହଲଦୀରାମ ଏବଂ ପେପସିକୋର ପାର୍ଟନରସିପ୍‌ ହେବ ସବୁଠୁ ବଡ଼ ଡିଲ।

ଏକ ରିପୋର୍ଟ ଅନୁଯାୟୀ, ହଲଦୀରାମରେ ଅଂଶଧନ କିଣିବା ରେସରେ ସବୁଠୁ ଆଗରେ ଅଛି ପେପସିକୋ କମ୍ପାନୀ। ଅବଶ୍ୟ ହଲଦୀରାମରେ ଅଂଶଧନ କିଣିବାକୁ ଟେମାସେକ ଏବଂ ଆଲଫା ଓ୍ବେବ ଗ୍ଲୋବାଲ ଭଳି ବଡ଼ କମ୍ପାନୀ ମଧ୍ୟ ପ୍ରମୁଖ ଦାବିଦାର ଅଛନ୍ତି। ହେଲେ ପେପସିକୋ, ଅଗ୍ରଓ୍ବାଲ ପରିବାର ସହ ମାଇନରିଟି ଷ୍ଟେକ୍ କିଣିବା ଡିଲକୁ ନେଇ ସିଧାସଳଖ କଥାବାର୍ତ୍ତା କରୁଛି।

ସେପେଟେ ହଲଦୀରାମକୁକୁ ଶେୟାର ବିକ୍ରିରୁ ୮୫- ୯୦ ହଜାର କୋଟି ଟଙ୍କାର ଭ୍ୟାଲୁଏସନର ଆଶା ରହିଛି। ଏହା ଏଥିପାଇଁ କାରଣ ପ୍ରଥମ ଥର କମ୍ପାନୀ କୌଣସି ବାହାର ନିବେଶକଙ୍କୁ ସାମିଲ କରିବାକୁ ଚାହୁଛି। ସେହିଭଳି, ଲେଜ୍ ଚିପ୍ସ ସ୍ନାକ୍ସ, ଡୋରିଟୋସ ନାଚୋ ଚିପ୍ସ ପ୍ରସ୍ତୁତ କରୁଥିବା କମ୍ପାନୀ ପେପସିକୋକୁ ମଧ୍ୟ ଘରୋଇ ବଜାରରେ କଡ଼ା ପ୍ରତିଯୋଗିତାର ସାମ୍‌ନା କରିବାକୁ ପଡ଼ୁଛି। ଏଥିପାଇଁ ପେପସିକୋ ଏହି ଡିଲ୍‌କୁ ନେଇ ବେଶ୍‌ ଉତ୍ସାହିତ ରହିଛି। ଆଉ ହଲଦୀରାମ ସହ ସିଧାସଳଖ କଥାବାର୍ତ୍ତା କରୁଛି। ଅବଶ୍ୟ କମ୍ପାନୀ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score