Explore

Search

January 17, 2025 5:11 pm

Genres

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଚାଷୀଙ୍କୁ ଇନ୍‌ପୁଟ୍ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ

Odisha CM launches distribution of input assistance

ବରଗଡ଼/ ଭୁବନେଶ୍ବର: ରାଜ୍ଯରେ କୃଷି କ୍ଷେତ୍ରରେ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ଯସରକାର ଆଣିଛନ୍ତି ନୂତନ ଭେଟି l ଯାହାର ଶୁଭାରମ୍ଭ ହୋଇଛି ରାଜ୍ୟର ବରଗଡ଼ ଜିଲ୍ଲାର କୃଷି ହବ୍ ସୋହେଲା ଠାରୁ l

ସୂଚନା ଯୋଗ୍ୟ ଯେ, ରବିବାର ବରଗଡରେ ଅନୁଷ୍ଠିତ କୃଷି ସଭାରେ ମାନନୀୟ ମୁଖ୍ଯମନ୍ତ୍ରୀ ୨୧ ହଜାର ୫୦୦ ଜଣ ଚାଷୀଙ୍କୁ ଇନ୍‌ପୁଟ୍ ସହାୟତା ପ୍ରଦାନ କରିଥିବାବେଳେ ଏମ୍ଏସ୍‌ପି ବାବଦକୁ ୨୦୦ କୋଟି ଏବଂ ଇନ୍‌ପୁଟ୍ ସହାୟତା ବାବଦରେ ୭୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଆଗକୁ ଚାଷୀମାନଙ୍କଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ମିଳିବ ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ଚାଷୀଙ୍କ ଉନ୍ନତି ଓ ଆର୍ଥିକ ବିକାଶ। ଏଥିପାଇଁ ପ୍ରଧାନମନ୍ତ୍ରୀ କୃଷି ସମ୍ମାନନିଧି ଆରମ୍ଭ ହୋଇଥିଲା । ସେହି ଯୋଜନାରେ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ଏହାସହ ମୋହନ ସରକାର ସିଏମ୍ କିଷାନ ଯୋଜନାରେ ୪ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ଓଡ଼ିଶାର ଚାଷୀମାନଙ୍କ ପାଇଁ ବଜେଟ୍‌ରେ ୩୩ ହଜାର ୯୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚାଷୀ ହେଉଛନ୍ତି ସମୃଦ୍ଧ ଓଡ଼ିଶାର ମୂଳଦୁଆ। ଆମ ସରକାର ଚାଷୀକୂଳର ବିକାଶ ପାଇଁ ସମୃଦ୍ଧ କୃଷକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଯେଉଁଥିରେ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏଥି ସହିତ ମଣ୍ଡିରେ ସିସିଟିଭି ବ୍ୟବସ୍ଥା ଠାରୁ ଆରମ୍ଭ କରି କୌଣସି ଅଭିଯୋଗ ଆସିଲେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ସଭାରେ ଉଦବୋଧନ ଦେଇଥିଲେ l

ଏହି ଅବସରରେ ସେ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ୧୧ ଜଣ ଚାଷୀଙ୍କୁ ଚେକ୍ ପ୍ରଦାନ କରାଯାଇଥିଲା l ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ବିଭାଗ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କହିଥିଲେ ସରକାର ସର୍ବଦା ଚାଷୀଙ୍କ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଧାନକିଣା ପ୍ରକ୍ରିୟାକୁ ସ୍ବଚ୍ଛ କରିବା ଲାଗି ସବୁପ୍ରକାର ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, କେନାଲର ଉନ୍ନତିକରଣ ପାଇଁ ୧ ହଜାର କୋଟି ବ୍ୟୟବରାଦ ହୋଇଛି ବୋଲି କହିଥିଲେ। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଚାଷୀଙ୍କ ପାଇଁ ସରକାର ନେଇଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡ଼ତିଆ ନିଜ ବକ୍ତବ୍ୟରେ ଡବଲ୍ ଇଞ୍ଜିନ ସରକାର ଚାଷୀ ଓ ମା’ମାନଙ୍କ ଉନ୍ନତି କଳ୍ପେ କାମ କରୁଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଭାଗବତ ପ୍ରଧାନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ ସିଂ, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ, ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ୍ ସକ୍ସେନା, ବିଜେପି ନେତା ତଥା ପୂର୍ବତନ ସାଂସଦ ପ୍ରଭାସ ସିଂହ, ଡି.ମୁରଲୀକ୍ରିଷ୍ଣା, ଗୋବର୍ଦ୍ଧନ ଭୋଇ, ଅରୂପାନନ୍ଦ ସାହୁ ପ୍ରମୁଖ ଅତିଥି ଥିଲେ। ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଧନ୍ୟବାଦ ଦେଇଥିଲେ।

ଉପସ୍ଥିତ ଥିବା ଚାଷୀ ମାନେ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ “ରାଜ୍ଯସରକାର ବିନା କଟନି – ଛଟନିରେ ଧାନ ସଂଗ୍ରହ କରିବା ଦ୍ୱାରା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ ହେବା ନିଷ୍ପତ୍ତିକୁ ଚାଷୀକୂଳ ଗ୍ରହଣ କରିଛନ୍ତି” ବୋଲି ମତ ଦେଇଥିଲେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score