Explore

Search
Close this search box.

Search

December 14, 2024 3:59 am

Genres

ଭାରତୀ ଏୟାରଟେଲ ଫାଉଣ୍ଡେସନ ପକ୍ଷରୁ “ଦ ଟିଚର୍ ଆପ୍” ର ଶୁଭାରମ୍ଭ

The Teacher App

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଭାରତରେ ଶିଶୁ ଓ ଯୁବବର୍ଗଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଥିବା ଭାରତୀ ଏୟାରଟେଲ ଫାଉଣ୍ଡେସନ ଦ୍ବାରା ପ୍ରସ୍ତୁତ ‘ଦ ଟିଚର୍ ଆପ୍’(ଦ ଟିଚର ଆପ୍)କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି। ଭାରତୀ ଏଣ୍ଟରପ୍ରାଇଜେସର ଜନହିତକର ଶାଖା ‘ଭାରତୀ ଏୟାରଟେଲ ଫାଉଣ୍ଡେସନ’ ଶିକ୍ଷକଙ୍କ ପାଇଁ ଏକ ପ୍ଲାଟଫର୍ମକୁ ବିକଶିତ କରିଥିବାରୁ ଫାଉଣ୍ଡେସନକୁ ଧର୍ମେନ୍ଦ୍ର ଧନ୍ୟବାଦ ଦେଇଛନ୍ତି।

ସୋମବାର ନୂଆଦିଲ୍ଲୀ ଠାରେ ଏହି ଆପ୍ ଉନ୍ମୋଚନ ଅବସରରେ ଶିକ୍ଷକଙ୍କ ଉନ୍ନତିରେ ଭାରତର ଉନ୍ନତି ଶୀର୍ଷକ ବିଷୟବସ୍ତୁ ଉପରେ ସମବେତ ଶିକ୍ଷାବିତ୍ ଓ ବ୍ୟକ୍ତିବିଶେଷଙ୍କୁ କେନ୍ଦ୍ରମନ୍ତ୍ରୀ ସମ୍ବୋଧିତ କରିଛନ୍ତି। ଏହାକୁ ଏକ ପ୍ରଶଂସନୀୟ ପଦକ୍ଷେପ କହିବା ସହ ନିର୍ଦ୍ଦିଷ୍ଟ ଆପ୍ ଟି ଅଭିନବ ପାଠ୍ୟକ୍ରମ, ପ୍ରଯୁକ୍ତିବିଦ୍ୟା ଏବଂ କମ୍ୟୁନିଟି ଶାଖା କାର୍ଯ୍ୟକ୍ରମ ମାଧ୍ୟମରେ ନିରନ୍ତର ଦକ୍ଷତା ବିକାଶ ମାଧ୍ଯମରେ ଶିକ୍ଷକମାନଙ୍କୁ ସଶକ୍ତ କରିବାରେ ସହାୟକ ହେବ ବୋଲି କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ ” ଶିକ୍ଷକମାନେ ହିଁ ପ୍ରକୃତ କର୍ମଯୋଗୀ। ଶିକ୍ଷକମାନେ ଆମ ଛାତ୍ରୀଛାତ୍ରଙ୍କ ଦାୟିତ୍ଵ ନେବା ସହ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ କରୁଛନ୍ତି। ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିରନ୍ତର ଦକ୍ଷତା ବିକାଶ ଉପରେ ଭାରତ ସରକାର ଗୁରୁତ୍ବ ଦେଉଛନ୍ତି। ଜାତୀୟ ଶିକ୍ଷା ନୀତି ଅନୁସାରେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରି ଛାତ୍ରୀଛାତ୍ରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ସେମାନଙ୍କୁ ବର୍ତ୍ତମାନର ଟେକ୍ନୋଲୋଜି ଦୁନିଆ ସହ ଯୋଡ଼ିବା ଆମର ଲକ୍ଷ୍ୟ ରହିଛି” ବୋଲି ସେ କହିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score