Explore

Search

March 28, 2025 2:06 am

Genres

ବିଶ୍ବ ସେୟାର ବଜାର‌ରେ ଝଡ଼:ମିନିଟରେ ଚାଲିଗଲା ୧୦ଲକ୍ଷ କୋଟି

Stock Market

ଗତକାଲି ଭାରତୀୟ ସେୟାର ମାର୍କେଟ କୁ ଲାଗିଛି ବଡ ଧରଣର ଝଟକା । ତାସ ଘର ପରି ଭୁଶୁଡି ପଡିଛି ୧୦ଲକ୍ଷ କୋଟି ର ସେୟାର। ଆମେରିକାରେ ଚିନ୍ତାଜନକ ଦର ବୃଦ୍ଧି ଏବଂ ଏସୀୟ ବଜାରରେ ହ୍ରାସର ପ୍ରଭାବ ଭାରତରେ ପଡ଼ିଛି । ଫଳରେ ନିଫ୍ଟି ଏବଂ ସେନ୍‌ସେକ୍ସ ଅହେତୁକ ହ୍ରାସର ସହ ଖୋଲିଥିବା ଦେଖୁବାକୁ ମିଳିଛି । ବ୍ୟାଙ୍କିଂ, ଅଟୋ, ଆଇଟି ଏବଂ ଶକ୍ତି କ୍ଷେତ୍ରରେ ଏହି ହ୍ରାସ ଦେଖିବାକୁ ମିଳିଛି । କେବଳ ଭାରତ ନୁହଁ ସାରା ବିଶ୍ୱରେ ସେୟାର ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। ଭାରତଠୁ ଆମେରିକା ପର୍ୟ୍ୟନ୍ତ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। କେବଳ ଭାରତରେ ନିବେଶକମାନେ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ଭାରତରେ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଏହି ଝଡ଼ ଦ୍ବାରା ପ୍ରଭାବିତ ହୋଇଛନ୍ତି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨,୨୨୨ ପଏଣ୍ଟ ହ୍ରାସ ପାଇ ୭୮,୭୫୯ ପଏଣ୍ଟରେ ବନ୍ଦ ହୋଇଛି। ଫଳରେ ଗୋଟିଏ ଦିନରେ ଷ୍ଟକ୍ ବଜାର ନିବେଶକମାନେ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ବମ୍ବେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୪୪୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଗତ ଶୁକ୍ରବାର ତାହା ୪୫୭ ଲକ୍ଷ କୋଟି ଟଙ୍କା ଥିଲା। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍ଟି ମଧ୍ୟ ୬୬୨ ପଏଣ୍ଟ ହ୍ରାସ ପାଇ ୨୦,୦୫୫ ପଏଣ୍ଟରେ ବନ୍ଦ ହୋଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score