Explore

Search

January 17, 2025 7:20 am

Genres

ବିମାନବନ୍ଦର ପରି ସୁବିଧା, ଉଦଘାଟିତ ହେଲା କଟକ ରେଳ ଷ୍ଟେସନର ପ୍ରଥମ ପର୍ଯ୍ୟାୟ ଅଂଶ

cuttack railway station

କଟକ: କଟକ ରେଳଷ୍ଟେସନର ନବକଳେବର ପରେ ଏହା ବିମାନବନ୍ଦରର ରୂପ ପାଇଛି l ଅତ୍ୟାଧୁନିକ ବ୍ୟବସ୍ଥା ସହ ନୂଆ ରୂପ ନେଇଛି ବ୍ରିଟିଶ୍ ସମୟର କଟକ ରେଳଷ୍ଟେସନ୍। ରାଜ୍ୟ ତଥା ଦେଶରେ ପ୍ରଥମ କରି ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ ହେବାକୁ ଯାଉଛି ଏହି ଷ୍ଟେସନର ପ୍ଲାଟଫର୍ମ। ଷ୍ଟେସନର ପଛପଟ ଅର୍ଥାତ୍ ଶିଖରପୁର ପଟେ ଆଜି ଖୋଲିବାକୁ ଯାଉଛି ଶୀତତାପ ନିୟନ୍ତ୍ରିତ ତୃତୀୟ ଗେଟ୍। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କଟକ ସଂସଦ, ଚୌଦ୍ଵାର ଓ ବାରବାଟୀ ବିଧାୟକଙ୍କ ଦ୍ଵାରା ଏହାର ଉଦ୍‌ଘାଟନ ହୋଇଯାଇଛି l

ଯାତ୍ରୀଙ୍କୁ ବିମାନ ବନ୍ଦର ଭଳି ସମସ୍ତ ସୁବିଧା ମିଳିବା ସହିତ ଆରାମଦାୟକ ଚେୟାର, ଶୀତତାପ ନିୟନ୍ତ୍ରିତ ବିଶ୍ରାମାଗାର, ଟଏଲେଟ୍,ମେଡ଼ିସିନ୍ ଷ୍ଟୋର ଏବଂ ଫୁଡ୍ ଟ୍ରାକ୍ ଇତ୍ୟାଦିର ସୁବିଧା ମିଳିବ l ଷ୍ଟେସନର କାନ୍ଥରେ ଓଡ଼ିଆ କଳା ସଂସ୍କୃତିର ଦେଖିବାକୁ ମିଳିବ ଝଲକ। ଶିଖରପୁର ପଟ ୩ ନମ୍ବର୍ ଗେଟ୍ ଏବେ ଅତ୍ୟାଧୁନିକ ଢଙ୍ଗରେ ଖୋଲିବାକୁ ଯାଉଛି। ଯାହା ଷ୍ଟେସନକୁ ସିଧାସଳଖ ଜାତୀୟ ରାଜପଥ ସହ ଯୋଡୁଛି। ଫଳରେ ଦୂର ଦୁରାନ୍ତରୁ ଆସୁଥିବା ଯାତ୍ରୀ ଷ୍ଟେସନରୁ ଓହ୍ଲାଇ ସିଧା ସଳଖ ରାଜପଥରୁ ବସ୍ ଧରି ପାରି ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ। ଅତ୍ୟାଧୁନିକ ପ୍ଲାଟଫର୍ମରେ ସାଧାରଣ ଯାତ୍ରୀଙ୍କ ପାଇଁ ୪ଟି ଟିକେଟ କାଉଣ୍ଟର ଥିବା ବେଳେ ଦିବ୍ୟାଙ୍ଗଙ୍କ ପାଇଁ ରହିଛି ସ୍ବତନ୍ତ୍ର କାଉଣ୍ଟର। ଷ୍ଟେସନ ପରିସରରେ ଅତ୍ୟାଧୁନିକ ଲିଫ୍ଟ୍ ସହ ଏସ୍କଲେଟର ସୁବିଧା ରହିଛି। ଟ୍ରେନ୍ ସଂପର୍କିତ ସଠିକ୍ ବିବରଣୀ ଦେବାକୁ ଚାରିଆଡ଼େ ଲାଗିଛି ଏଲଇଡି ଡିସପ୍ଲେ। ତିନି ନମ୍ବର୍ ଗେଟ୍ ଭିତର ଅଞ୍ଚଳରେ ସେଣ୍ଟ୍ରାଲ ଏସିର ବ୍ୟବସ୍ଥା ହୋଇଛି। ଯେଉଁଠାରେ ଏକାଥରକେ ବସିପାରିବେ ୫ ଶହ ଯାତ୍ରୀ। ସେହିପରି ପାର୍କିଂ ଲାଗି ମଧ୍ୟ ପର୍ଯ୍ୟାପ୍ତ ସ୍ଥାନ ରହିଛି। ସୁରକ୍ଷା ଦୃଷ୍ଟିରୁ ଷ୍ଟେସନ ପରିସରରେ ଲାଗିଛି ସିସିଟିଭି। କେବଳ ସେତିକି ନୁହେଁ ସ୍ଵଚ୍ଛତା ଆଣିବା ପାଇଁ ଷ୍ଟେସନକୁ ଅପରିଷ୍କାର କଲେ ଫାଇନ୍ ବ୍ୟବସ୍ଥା ବି କରାଯାଇଛି। ଆବର୍ଜନା ପକାଇଲେ ୨୦୦ ଟଙ୍କା, ଛେପ ପକାଇଲେ ୩୦୦ ଏବଂ ପରିସ୍ରା କଲେ ୪୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବା। ଧୂମ୍ରପାନ କଲେ ୨୦୦ ଟଙ୍କା ଏବଂ କାନ୍ଥ ଖରାପ କଲେ ୫୦୦ ଟଙ୍କା ଗଣିବାକୁ ପଡ଼ିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score