Explore

Search

March 27, 2025 2:04 am

Genres

ବାଲିଷ୍ଟିକ୍ ମିସାଇଲ ଡିଫେନ୍ସର ସଫଳ ପରୀକ୍ଷଣ :ଚାନ୍ଦିପୁର ଅବଦୁଲ କଲାମ ଦ୍ୱୀପରୁ ହେଲା ପରୀକ୍ଷଣ

National News

ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବାଲିଷ୍ଟିକ୍ ମିସାଇଲ ଡିଫେନ୍ସ । ବୁଧବାର ଦିନ ଅପରାହ୍ନରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ତିନି ନମ୍ବର ଲଞ୍ଚପ୍ୟାଡ଼ ଓ ଧାମରା ସ୍ଥିତ ଅବଦୁଲ କାଲାମ ଦ୍ୱୀପରୁ ପରୀକ୍ଷା ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଇଣ୍ଟରସେପ୍ଟର ମିସାଇଲ । ସୂଚନା ମୁତାବକ ପୃଥ୍ୱୀ-୨ ମିସାଇଲକୁ ଅବଦୁଲ କାଲାମ ଦ୍ୱୀପରୁ ଉତକ୍ଷେପଣ କରାଯାଇଥିବା ବେଳେ ଏହି ଇଣ୍ଟରସେପ୍ଟର ମିସାଇଲ ସଫଳତାର ସହିତ ଲକ୍ଷ୍ୟଭେଦ କରିପାରିଛି । ପ୍ରଥମେ ଲଞ୍ଚପ୍ୟାଡ଼ରୁ ମୋଡ଼ିଫାଏଡ଼ ପୃଥ୍ୱୀ-୨ ମିସାଇଲକୁ ଉତକ୍ଷେପଣ କରାଯାଇଥିଲା । ଏହା ପରେ ମିସାଇଲ ଚିହ୍ନଟ ହେବା ପରେ ଧାମରା ସ୍ଥିତ ଅବଦୁଲ କାଲାମ ଦ୍ୱୀପରୁ ଇଣ୍ଟସେପ୍ଟର ଉତକ୍ଷେପଣ ହୋଇ ବଙ୍ଗୋପସାଗର ସମୁଦ୍ର ଭିତରେ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି । ଏହି ପରୀକ୍ଷଣ ପାଇଁ ଲଞ୍ଚପ୍ୟାଡର ସାଢେ ୩ କିଲୋମିଟର ଦୂରତା ମଧ୍ୟରେ ଥିବା ଗାଁର ଲୋକମାନଙ୍କୁ ବିଭିର୍ଣ୍ଣ ଅସ୍ଥାୟୀ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଏଥିସହ ପ୍ରତିରକ୍ଷା ବିଭାଗ ପକ୍ଷରୁ କ୍ଷତିପୂରଣ ବାବଦକୁ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score