Explore

Search

January 17, 2025 7:19 am

Genres

ଫେବ୍ରୁଆରୀ ୫ରେ ଦିଲ୍ଲୀ ବିଧାନସଭା ଭୋଟ୍, ୮ରେ ଆସିବ ଫଳାଫଳ

delhi election date 2025

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ବାଜିଲା ବିଗୁଲ l ଆଜି ମଧ୍ୟାହ୍ନରେ ନିର୍ବାଚନ କମିଶନ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଫେବ୍ରୁଆରୀ ୫ ତାରିଖରେ ପଡିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ । ସମସ୍ତ ୭୦ଟି ଯାକ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ପଡିବ । ଏହାପରେ ଫେବ୍ରୁଆରୀ ୮ ତାରିଖରେ ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ । ସମସ୍ତ ୭୦ଟି ଯାକ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ପଡିବ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ମୁଖ୍ୟ ଭାବେ ଆପ୍, ବିଜେପି ଏବଂ କଂଗ୍ରେସ କ୍ଷମତା ଦୌଡରେ ଅଛନ୍ତି । ଏହି ତିନି ଦଳ ହିଁ ନିର୍ବାଚନରେ ପରସ୍ପରକୁ ଟକ୍କର ଦେବେ ।  ତେବେ ତାରିଖ ଘୋଷଣା ପୂର୍ବରୁ ହିଁ ଆପ୍ ଆଉ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି, ଯାହାକୁ ନେଇ ସରଗରମ ହେଇଛି ଦିଲ୍ଲୀ ରାଜନୀତି । 

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score